27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଇମ୍ରାନ୍ ଖାନ୍‌ଙ୍କୁ ୮ ମାମଲାରେ ଜାମିନ

ଇମ୍ରାନ୍ ଖାନ୍‌ଙ୍କୁ ୮ ମାମଲାରେ ଜାମିନ

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଅଲ୍‌-କାଦିର୍ ଟ୍ରଷ୍ଟ୍ ମାମଲାରେ ନାସ୍‌ନାଲ୍ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନ୍‌ବିଏ) ମଙ୍ଗଳବାର ଦୀର୍ଘ ସମୟ ଜେରା କରିଛି । ଏହି ମାମଲାରେ ଇମ୍ରାନ୍ ପ୍ରଥମ ଥର ପାଇଁ ଏଜେନ୍ସି ସାମ୍ନାରେ ହାଜର ହୋଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଇସ୍‌ଲାମାବାଦର ଆଣ୍ଟି ଟେରରିଜ୍‌ମ୍ କୋର୍ଟ ୮ଟି ହିଂସା ମାମଲାରେ ତେହରିକ୍‌-ଇ-ଇନ୍‌ସାଫ୍ (ପିଟିଆଇ) ପାର୍ଟି ମୁଖ୍ୟ ଇମ୍ରାନ୍‌ଙ୍କୁ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଥିଲା ।

ସେହିପରି ତାଙ୍କ ପତ୍ନୀ ବୁସ୍‌ରା ବିବିଙ୍କୁ ୧,୯୫୫ କୋଟି ଟଙ୍କା ଲାଞ୍ଚ ମାମଲାରେ ମଧ୍ୟ ମେ ୩୧ ତାରିଖ ପର୍ଯ୍ୟନ୍ତ ଜାମିନ ମିଳିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ତୋଷଖାନା ମାମଲାରେ ଇସ୍‌ଲାମାବାଦର ଜୁଡିସିଆଲ୍ କମ୍ପେ୍ଲକ୍ସରେ ଇମ୍ରାନ୍ ହାଜର ହେବାକୁ ଯାଇଥିବା ବେଳେ ତାଙ୍କ ସମର୍ଥମାନେ କମ୍ପେ୍ଲକ୍ସରେ ହିଂସାକାଣ୍ଡ ଘଟାଇଥିଲେ । ଶୁଣାଣି ବେଳେ ଇମ୍ରାନ୍ କହିଥିଲେ, ମୋତେ ଦୁଇଥର ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଛି । ମୁଁ ଘରୁ ବାହାରେ ପାଦ ରଖିବା ମାତ୍ରେ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking