28.1 C
Bhubaneswar
Saturday, April 27, 2024
Homeଓଡିଶା“କଣ୍ଟାକୁ କଣ୍ଟାରେ କାଢ଼ିବା” ର ନୀତି ଆରମ୍ଭ କରିଥିଲେ ନେତାଜୀ

“କଣ୍ଟାକୁ କଣ୍ଟାରେ କାଢ଼ିବା” ର ନୀତି ଆରମ୍ଭ କରିଥିଲେ ନେତାଜୀ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଇତିହାସ ରଚିଥିଲେ ସମସ୍ତଙ୍କର ଅତିପ୍ରିୟ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ଭାରତର ଆବାଳ ବୃଦ୍ଧ ବନିତାଙ୍କ ନିକଟରେ ସୁବାଷ ବୋଷ ନେତାଜୀଙ୍କ ନାମରେ ପରିଚିତ ଥିଲେ । ତାଙ୍କର ଉତ୍ସର୍ଗୀକୃତ ଜୀବନ ବିଶ୍ୱ ଇତିହାସରେ ବିରଳ । ଇଂଗ୍ରେଜ ମାନଙ୍କ ବିରୁଦ୍ଧରେ ସୁବାଷଙ୍କ ଅଗ୍ନିବର୍ଷା ଭାଷଣ ସମାଜର ପ୍ରତ୍ୟେକ ଶ୍ରେଣୀର ଜନସାଧାରଣଙ୍କ ମନରେ ଏକ ନବଜାଗରଣ ସୃଷ୍ଟି କରିଥିଲା । କଳିକତାରେ ପ୍ରକାଶ ପାଉଥିଲା ତତ୍କାଳୀନ ପ୍ରାଦେଶିକ କଂଗ୍ରେସର ମୁଖପାତ୍ର ଫରୱାର୍ଡ ମାଧ୍ୟମରେ ସେ ନିଜର ବୈପ୍ଳବିକ ଚିନ୍ତାଧାରାକୁ ଦେଶବାସୀଙ୍କ ନିକଟରେ ପହଂଚାଇବାକୁ ସକ୍ଷମ ହୋଇଥିଲେ ।
ଏ ସମୟରେ କଲିକତା ମ୍ୟୁନିସପାଲଟି କର୍ପୋରେସନକୁ ବିପୁଳ ଭୋଟରେ ନିର୍ବାଚିତ ହୋଇ ସୁବାଷଙ୍କର ଜନପ୍ରିୟତା ବୃଦ୍ଧି ପାଇଥିଲା । ତାଙ୍କର ନିର୍ଭିକତା ଓ ଅସାଧାରଣ ସଙ୍ଗଠାନତ୍ମକ କାର୍ଯ୍ୟକଳାପରେ ବିଚଳିତ ହୋଇ ଇଂଗ୍ରେଜ ସରକାର ପ୍ରମାଦ ଗଣିଲେ । ସନ୍ତ୍ରାସବାଦୀ ମାନଙ୍କ ସହ ସମ୍ପର୍କ ଥିବା ମିଛ ଅଭିଯୋଗରେ ତାଙ୍କୁ ଗିରଫ କରାଇ ବରମା ସ୍ଥିତ ମଣ୍ଡଲା ଜେଲକୁ ପଠାଇ ଦିଆଯାଇଥିଲା । କାରାବାସ କାଳରେ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ସୁବାଷଙ୍କୁ ଇଂଗ୍ରେଜ ସରକାର ଖଲାସ କରିଥିଲେ । ୧୯୩୮-୩୯ ମସିହାରେ ନେତାଜୀ ଯଥା କ୍ରମେ ହରିପୁରା, ତ୍ରିପୁରୀରେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ହରିପୁରା କଂଗ୍ରେସ ଅଧିବେଶନର ସଭାପତି ରୂପେ ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତନ ପାଇଁ ଆଣିଥିବା ତାଙ୍କର ପ୍ରସ୍ତାବ ଗୁଡ଼ିକ ଅତ୍ୟନ୍ତ ଯୁଗପଯୋଗୀ ଥିଲା । ପରେ ଗାନ୍ଧିଜୀଙ୍କ ସହ ତାଙ୍କର ମତ ଭେଦ ହେବାରୁ ୧୯୩୯ ମସିହାରେ ସୁବାଷ ବୋଷ କଂଗ୍ରେସରେ ସଭାପତି ପଦରେ ଇସ୍ତଫା ଦେଇ ଫରୱାର୍ଡ ବ୍ଲକ ନାମରେ ଏକ ନୂତନ ରାଜନୈତିକ ଦଳ ଗଠନ କରିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧର କରାଳଛାଇ ସମଗ୍ରବିଶ୍ୱକୁ ଆଚ୍ଛାଦିତ କରିଥିବାବେଳେ ସାମ୍ରାଜ୍ୟବାଦୀ ଇରେଂଜ ସରକାରଙ୍କୁ ଭାରତରୁ ହଟାଇବା ଗାନ୍ଧୀଜିଙ୍କର ଅହିଂସାତ୍ମକ ଆନ୍ଦୋଳନ ବ୍ୟତିତ ଅନ୍ୟ ଏକ ବିକଳ୍ପ ପନ୍ଥାର ସନ୍ଧାନ କରିଥିଲେ । ତାଙ୍କର ଏହି କାର୍ଯ୍ୟକ୍ରମକୁ ଇଂରେଜ ସରକାର ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ସୁବାଷ ବୋଷ “କଣ୍ଟାକୁ କଣ୍ଟା ଦ୍ୱାରା କାଢ଼ିବା” ଉପାୟ ଚିନ୍ତା କଲେ । ତତ୍କାଳୀନ ଇଂଗ୍ରେଜଙ୍କର ଶତ୍ରୁ ହିଟଲରଙ୍କ ସହ ବନ୍ଧୁତଳ ସ୍ଥାପନ କରି ସୁବାଷ ଭାରତର ବହୁ ଆକାଂକ୍ଷିତ ସ୍ୱାଧୀନତା ପଥ ପ୍ରସସ୍ଥ କରିବାର ଲାଗିଲେ । ତେଣୁ ଇଂଗ୍ରେଜଙ୍କର ତୀକ୍ଷଣ ଦୃଷ୍ଟିକୁ ଏଡ଼ାଇ କୌଣସି ଉପାୟରେ ଭାରତରେ ଜର୍ମାନ ଚାଲିଯିିବାର ସୁଯୋଗ ଅପେକ୍ଷାରେ ରହିଥିଲେ ।
୧୯୪୧ ମସିହାରେ ଇଂଗ୍ରେଜ ପୁଲିସ ଆଖିରେ ଧୂଳି ଦେଇ ସୁଦୁର ପେସୱାର ଗିରିପଥ ଅତିକ୍ରମ କରି ଶେଷରେ ବରଲିନ ଠାରେ ପହଂଚିବାରେ ସକ୍ଷମ ହେଲେ । ନାଜିନେତା ହିଟଲରଙ୍କ ସହ ସାକ୍ଷାତ ଆରମ୍ଭ ହେଲା ବେଳକୁ ପ୍ରାଚ୍ୟର ଜାପାନ ଇଂଗ୍ରେଜ ମାନଙ୍କ ଅଧିନରେ ଥିବା ମାଲେସିଆ, ବରମା ପ୍ରଭୃତି ଅଂଚଳକୁ ଦଖଲ କରିସାରିଥିଲେ । ଏହାର ସୁଯୋଗ ନେଇ ସୁବାଷ ଜର୍ମାନରୁ ଜାପାନ ଆସି ବନ୍ଦୀ ଥିବା ହଜାର ହଜାର ସୈନ୍ୟଙ୍କୁ ମୁକ୍ତକରି ଜାପାନ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ । ସିଙ୍ଗାପୁର ଠାରେ କାରାମୁକ୍ତ ଭାରତୀୟ ସୈନ୍ୟମାନଙ୍କୁ ନେଇ ୧୯୪୩ ମସିହା ଜୁଲାଇ ୨ତାରିଖରେ ସୁବାଷ ଆଜାଦ ହିନ୍ଦ ଫୌଜ ନାମକ ଏକ ବିରାଟ ସୈନ୍ୟ ବାହୀନି ଗଠନ କରି “ଦିଲ୍ଲୀ ଚଲୋ” ଡ଼ାକରା ଦେଲେ । ଜର୍ମାନୀ, ଇଟାଲି ପ୍ରଭୃତି ଦେଶ ଆଜାଦ ହିନ୍ଦ ଫୌଜକୁ ସ୍ୱୀକୃତି ଦେଇ ସାରିଥିଲେ । ‘ଜୟ ହିନ୍ଦ’ ଧୋନିରେ ଗଗନ ପବନ ମୁଖରିତ କରି ଭାରତୀୟ ସୀମାକୁ ମାଡ଼ିଆସିଲା ଆଜାଦ ହିନ୍ଦ ଫୌଜ । ଭାରତ ବର୍ଷକୁ ଉପନିଷେଦ ମାନଙ୍କ କବଳରୁ ମୁକ୍ତକରି ଐତିହାସିକ ଲାଲକିଲା ଠାରେ ସ୍ୱାଧୀନ ଭାରତର ଝଣ୍ଡା ଉତ୍ତୋଳନ କରିବା ସୁବାଷଙ୍କର ଅଭିଳାସ ଥିଲା ।
୧୯୫୫ ଅଗଷ୍ଟ ୧୮ରେ ସୁବାଷ ଏକ ବିମାନ ଯୋଗେ ଭାରତରୁ ପଳାଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିସହ ବିଶ୍ୱର ଜଣେ ଅନ୍ୟତମ ମହାନ ଯୋଦ୍ଧାଙ୍କର ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଥିଲା । ଆଜି ବି ବିଶ୍ୱର ବହୁ ବ୍ୟକ୍ତି ସୁବାଷଙ୍କର ହସ୍ୟପୂର୍ଣ୍ଣ ମୃତ୍ୟୁରେ ସନ୍ଦେହ ପ୍ରକାଶ କରିଥିଲେ । ଏକାଧାରାରେ ନେତାଜୀ ଜଣେ ତୁଙ୍ଗ ଜନନାୟକ, ପରାକ୍ରମୀବୀର, ମହାନ ବିଳ୍ପବୀ, ଉତମ ସଂଗଠକ ତଥା ଦେଶପ୍ରେମୀ ଥିଲେ । ଦେହ ମାଟିରେ ମିଶି ଯାଇଥିଲେ ବି ଆଜି ମଧ୍ୟ କାଳ ବକ୍ଷରେ ଚିର ଅମର ହୋଇପାରିଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷ । ଦେଶରେ ଏହି ଘଡ଼ି ସନ୍ଧି ମୂହର୍ତ୍ତରେ ତାଙ୍କର ଆବଶ୍ୟକତା ଆଜିବି ମନେହୁଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking