26.1 C
Bhubaneswar
Friday, March 29, 2024
Homeଓଡିଶାଏବେ ବି ସୁବାଷଙ୍କ ଅଗ୍ନିବର୍ଷା ଭାଷଣ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମ ସୃଷ୍ଟି କରେ

ଏବେ ବି ସୁବାଷଙ୍କ ଅଗ୍ନିବର୍ଷା ଭାଷଣ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମ ସୃଷ୍ଟି କରେ

ଭୁବନେଶ୍ୱର:ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଇତିହାସେରେ ଯେଉଁ କେତେଜଣ ଜନ ନାୟକଙ୍କୁ ଆମେ ଦେଖିବାକୁ ପାଉ ସେମାନଙ୍କ ମଧ୍ୟରୁ ସୁବାଷ ଚନ୍ଦ୍ର ବୋଷ ଅନ୍ୟତମ । ତାଙ୍କ ବିରତ୍ୱର ରୋମାଚଂକର କାହାଣୀ, ବିଶ୍ୱର ବିପ୍ଳବୀ ଜନତାଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତର ଆବାଳ ବୃଦ୍ଧ ବନୀତାଙ୍କ ନିକଟରେ ସେ ନେତାଜୀଙ୍କ ନାମରେ ପରିଚିତ । ଆଲେକଜେଣ୍ଡର, ନେପୋଲିୟନ, ବିସମାର ପ୍ରଭୃତି ରାଜନୈତିକ ବ୍ୟକ୍ତିତ୍ୱଙ୍କ ସହିତ ନେତାଜୀଙ୍କ ବିରତ୍ୱ ପୂର୍ଣ୍ଣ ଜୀବନଙ୍କୁ କେବଳ ତୁଳନା କରାଯାଇପାରେ । ଭାରତ ମାତାର ସ୍ୱାଧୀନତାର ଶୃଙ୍ଖଳାରୁ ମୁକ୍ତ କରିବା ପାଇଁ ତାଙ୍କରି ଉତ୍ସଗୀକୃତ ଜୀବନ ବିଶ୍ୱ ଇତିହାସରେ ବିରଳ । ସୁବାଷ ଚନ୍ଦ୍ର ବୋଷ ୧୮୯୭ମସିହା ଜାନୁଆରୀ ୨୩ତାରିଖ ଦିନ ଓଡ଼ିଶାର କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଜାନକୀ ନାଥ ବୋଷ ଜଣେ ଜଣାଶୁଣା ଓକିଲ ଥିଲେ ।
କଟକ ରେଭେନ୍ସା କଲେଜିଏଟ ସ୍କୁଲରେ ବାଲ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଓଡ଼ିଶାର ଗୌରବ ଇତିହାସ ତଥା ତତ୍କାଳୀନ କ୍ରାନ୍ତିକାରୀ ସମାଜ ସଂସ୍କାରକ ରାଜା ରାମ ମୋହନ ରାୟ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଆଦର୍ଶରେ ପିଲାଦିନରୁ ବହୁ ଅନୁପ୍ରାଣୀତ ହୋଇଥିଲେ । କଲିକତା ପ୍ରେସିଡେନ୍ସି କଲେଜରେ ଆଏ ଏବଂ ବିଏ ପାସ କରି ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ଲଣ୍ଡନ ଯାତ୍ରା କରିଥିଲେ । ଅସାଧାରଣ ମେଧାଶକ୍ତି ଓ କଠିନ ଅଧ୍ୟାବସୀୟ ତାଙ୍କୁ ଆଇସିଏସ ଭଳି ଉଚ୍ଚ ପଦବୀ ପାଇଁ ସାହାଯ୍ୟ କରିଥିଲା । ସେ ସମୟରେ ଆଇସିଏସଙ୍କ ପାଇଁ ସମାଜରେ ଉଚ୍ଚ ସମ୍ମାନ ରହିଥିଲା । ସୁବାଷ ଚାହିଁଥିଲେ ବ୍ରିଟିଶ ଶାସନ କାଳରେ ଏହି ଯୋଗ୍ୟତା ବଳରେ ଉଚ୍ଚ ବେତନର ମାଜିଷ୍ଟ୍ରେଟ ହୋଇପାରିଥା’ନ୍ତେ । କିନ୍ତୁ ସେ ଥିଲେ ଏକ ଭିନ୍ନ ସ୍ୱାଦର ମଣିଷ । ଉପନିବେଶ ବାଦୀ ବ୍ରିଟିଶ ସରକାରଙ୍କ ଅଧିନରେ ଗୋଲାମଗିରି କରିବା ଅପେକ୍ଷା ଦେଶ ମାତୃକାର ସେବା କରିବା ପାଇଁ ସେ ଅଧିକ ପସନ୍ଦ କରୁଥିଲେ । ପଦପଦବୀ ମୋଟା ଅଙ୍କର ଦରମା ତଥା ଭୋଗ ବିଳାସର ମୋହ ତାଙ୍କୁ ଆବଦ୍ଧ କରିପାରି ନଥିଲା । ତତ୍କଳାଳୀନ ପରାଧୀନ ଭାରତ ବର୍ଷର ଦୁର୍ଦ୍ଦଶା ତାଙ୍କ ଯୁବ ସୁଲଭ ଚପଳ ମନରେ ଆନ୍ଦୋଳନ ସୃଷ୍ଟି କରିଥିଲା । ଭାରତ ବର୍ଷରୁ ଗୋରା ଶାସନର ଜବନିକା ଟାଣିବା ପାଇଁ ସେ ପ୍ରତିଜ୍ଞା ବଦ୍ଧ ହେଲେ । ଜାଲିଆନାୱାଲା ବାଗରେ ରକ୍ତ ନଦୀର ଘଟଣା ଭଳି ସୁବାଷଙ୍କୁ ଜାତୀୟ କଂଗ୍ରେସରେ ଯୋଗ ଦେବା ପାଇଁ ଉତ୍ସାହିତ କରିଥିଲା ।
୧୯୨୧ ମସିହାରେ ଇଂଲଣ୍ଡରୁ ଫେରି ସେ କଂଗ୍ରେସର କାର୍ଯ୍ୟକଳାପ ସହିତ ନିଜକୁ ଜଡ଼ିତ କଲେ । ଏହି କ୍ଷେତ୍ରରେ ଆଦର୍ଶ ଥିଲେ ମହାତ୍ମା ଗାନ୍ଧୀ ଓ ଦେଶ ବନ୍ଧୁ ଚିତରଞ୍ଜନ । ଇଂଗ୍ରେଜ ମାନଙ୍କ ବିରୁଦ୍ଧରେ ସୁବାଷଙ୍କ ଅଗ୍ନିବର୍ଷା ଭାଷଣ ସମାଜର ପ୍ରତ୍ୟେକ ଶ୍ରେଣୀର ଜନସାଧାରଣଙ୍କ ମନରେ ଏକ ନବଜାଗରଣ ସୃଷ୍ଟି କରିଥିଲା । କଳିକତାରେ ପ୍ରକାଶ ପାଉଥିଲା ତତ୍କାଳୀନ ପ୍ରାଦେଶିକ କଂଗ୍ରେସର ମୁଖପାତ୍ର ଫରୱାର୍ଡ ମାଧ୍ୟମରେ ସେ ନିଜର ବୈପ୍ଳବିକ ଚିନ୍ତାଧାରାକୁ ଦେଶବାସୀଙ୍କ ନିକଟରେ ପହଂଚାଇବାକୁ ସକ୍ଷମ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking