28.1 C
Bhubaneswar
Saturday, April 27, 2024
Homeଖେଳବେଙ୍ଗାଲୁରୁ ଦିନିକିଆ : ଭାରତ ପାଇଁ ୨୮୭ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ ଦିନିକିଆ : ଭାରତ ପାଇଁ ୨୮୭ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଦିନିକିଆରେ ଅଷ୍ଟ୍ରେଲିଆ, ଭାରତ ପାଇଁ ୨୮୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୯ ୱିକେଟ ହରାଇ୨୮୬ ରନ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ସର୍ବାଧିକ ୧୩୧ଟି ବଲରୁ ୧୩୨ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ୧୪ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ସେହିଭଳି ଲାବୁସେନ ୬୪ଟି ବଲ ଖେଳି ପାଞ୍ଚଟି ଚୌକା ସହାୟତାରେ ୫୪ରନ, ଅଲେକ୍ସ କ୍ୟାରି ୩୬ବଲରେ ୩୫ରନ (୬ଟି ଚୌକା), ଆରୋନ ଫିଞ୍ଚ ୨୬ଟି ବଲରେ ୧୯ରନ(ଗୋଟିଏ ଛକା ଏବଂ ଗୋଟିଏ ଚୌକା) କରିଛନ୍ତି।
ଭାରତ ପକ୍ଷରୁ ମହମ୍ମଦ ସାମି ଚାରୋଟି ୱିକେଟ ନେଇଛନ୍ତି। ସେହିଭଳି ରବିନ୍ଦ୍ର ଜାଡେଜା ଦୁଇଟି, ନବଦୀପ ସାଇନି ଏବଂ କୂଳଦୀପ ଯାଦବ ଗୋଟିଏ ଗୋଟିଏ ୱିକେଟ ନେଇଛନ୍ତି। ଆଜିର ମ୍ୟାଚରେ ଯଶପ୍ରୀତ ବୁମ୍‌ରା ୱିକେଟ ପାଇନଥିଲେ ମଧ୍ୟ ନିୟନ୍ତ୍ରଣରେ ବୋଲିଂ କରିଥିଲେ। ସେ ୧୦ଓଭର ବୋଲିଂ କରି ମାତ୍ର ୩୮ରନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking