30.1 C
Bhubaneswar
Friday, April 26, 2024
Homeଓଡିଶାପୁଅର ଉନ୍ମତ୍ତ କାଣ୍ଡ : ଘରେ ନିଆଁ ଲଗାଇ ଦେବାରୁ ବାସହରା ହୋଇଗଲା ପରିବାର

ପୁଅର ଉନ୍ମତ୍ତ କାଣ୍ଡ : ଘରେ ନିଆଁ ଲଗାଇ ଦେବାରୁ ବାସହରା ହୋଇଗଲା ପରିବାର

ପାଟଣା : ମାନସିକ ବିକୃତ ଯୁବକର ଉନ୍ମତ୍ତ କାଣ୍ଡ । ଘରେ ନିଆଁ ଲଗାଇ ଦେବାରୁ ଗୋଟିଏ ପରିବାର ହୋଇଗଲେ ବାସହରା । ଘଟଣାଟି ଘଟିଛି, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଗୋଡିପୋଖରୀ ଗ୍ରାମରେ । ଏହି ଅଗ୍ନିକାଣ୍ଡରେ ଭାବଗ୍ରାହୀ ମହାନ୍ତଙ୍କ ୩ ବଖରା ଘର ପୋଡ଼ି ଯାଇଛି। ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ ହାନି ହୋଇନଥିବା ବେଳେ ଘରେ ଥିବା ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ରବିବାର ଅପରାହ୍ଣରେ ଭାବଗ୍ରାହୀ ମହାନ୍ତଙ୍କ ବିକୃତ ମସ୍ତିଷ୍କ ପୁଅ ଘରେ ନିଆଁ ଲଗାଇ ଦେଇଥିଲା। ତେବେ ଏଥିରେ ଭାବଗ୍ରାହୀଙ୍କ ୩ ବଖରା ଘର ପୋଡ଼ିଯାଇଥିବା ବେଳେ ପରିବାର ବାସହରା ହୋଇଯାଇଛି। ଅନ୍ୟପଟେ ଭାବଗ୍ରାହୀ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking