39.4 C
Bhubaneswar
Thursday, April 18, 2024
Homeଅପରାଧନାବାଳିକାଙ୍କୁ ଗଣଧର୍ଷଣ ପରେ ହତ୍ୟା 

ନାବାଳିକାଙ୍କୁ ଗଣଧର୍ଷଣ ପରେ ହତ୍ୟା 

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଅନ୍ତର୍ଗତ କାମରଶାଳିଆ ଜଙ୍ଗଲରେ ଏକ ପଳାସ ଗଛରେ ଜଣେ ନାବାଳିକା ଯୁବତୀର ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ନାବାଳିକା  ସୁକିନ୍ଦା ଥାନା ଅନ୍ତର୍ଗତ ପଣସପାଳ ଗ୍ରାମର ମଙ୍ଗଳ ଜାରିକାଙ୍କ ଝିଅ ପାଲ ଜାରିକା ବୋଲି ଜଣାପଡ଼ିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯୁବତୀ ଜଣଙ୍କ ମକର ମେଳା ଦେଖିବା ପାଇଁ ଝୁମ୍ପଣ ଆସିଥିବା  ବେଳେ ଆଉ ଘରକୁ ଫେରିନଥିଲା । ଘରଲୋକ ବହୁ ଖୋଜାଖୋଜି କଲେ ମଧ୍ୟ ଝିଅକୁ ପାଇ ନ ଥିଲେ । ପରଦିନ ସକାଳୁ କିଛି ଛେଳି ଚାରାଳୀ ଜଙ୍ଗଲରେ ଝୁଲନ୍ତା ଶବକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । କଳିଙ୍ଗନଗର ପୁଲିସ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଦାନଗଦୀ ସ୍ବାସ୍ଥକେନ୍ଦ୍ରକୁ ସ୍ଥାନାନ୍ତର କରିବା ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ଚଳାଇଛି । ପୁଲିସ ମଧ୍ୟ ଘଟଣା ସ୍ଥଳରୁ ଏକ ପୁରୁଷ ଜ୍ୟାକେଟ ଠାବ କରିଛି । ଅନ୍ୟ ପକ୍ଷରେ ଯୁବତୀ ଜଣଙ୍କୁ ବଳତ୍କାର କରିବା ସଙ୍ଗେ ସଙ୍ଗେ ହତ୍ୟା କରାଯାଇଛି ବୋଲି କହି ସ୍ଥାନୀୟ ଲୋକମାନେ ରବିବାର କଳିଙ୍ଗନଗର ଥାନା ଘେରାଉ କରିଥିଲେ ।  ଏ ଘଟଣାର ଉଚିତ ତଦନ୍ତ କରି ପ୍ରକୃତ ଦୋଷୀ ଆସାମୀକୁ  କଠୋରରୁ କଠୋର  ଦଣ୍ଡ ଦିଆ  ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କଳିଙ୍ଗନଗର ପୁଲିସକୁ  ଚେତାବନୀ ଦେଇଛନ୍ତି । ଦେଖିବାକୁ ବାକି ରହିଲା ପୁଲିସ ଘଟଣା ର କେତେ ମାତ୍ରାରେ ସତ୍ୟତା ପ୍ରତିପାଦନ କରିପାରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking