30.1 C
Bhubaneswar
Friday, May 3, 2024
Homeଓଡିଶାସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ପ୍ରଥମ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ସମ୍ପନ୍ନ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ପ୍ରଥମ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ସମ୍ପନ୍ନ

ବ୍ରହ୍ମପୁର, : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ପ୍ରଥମ ଥର ପାଇଁ ଗତ ଗୁରୁବାର ଦିନ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ଜରୁରୀକାଳୀନ ଭିତିରେ ଡ଼ାକ୍ତର ରଞ୍ଜିତ କୁମାର ପାତ୍ର ଓ ତାଙ୍କର ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି ।
ଦୁର୍ଘଟଣା ପୀଡିତ ଜଣେ ବ୍ୟକ୍ତି ଏକାଧିକ ଫ୍ରାକ୍‌ଚର୍ ସହ ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କର ବାମ ହାତର ଆଙ୍ଗୁଠି, ନଖ ଓ କଚଟି ରେ ଏକାଧିକ ଫ୍ରାକ୍‌ଚର୍ ରହିଥିଲା । ଡାକ୍ତରୀ ଟିମ୍ ତୁରନ୍ତ ଅସ୍ତ୍ରୋପଚାର ନିମନ୍ତେ ପରାମର୍ଶ ଦେଇଥିଲେ । ଅତ୍ୟାଧୁନିକ ନିଦାନ ସୁବିଧା ଓ ଅସ୍ତ୍ରୋପଚାର ଗୃହ ଉପଲବ୍ଧ ଯୋଗୁଁ ଉକ୍ତ ବ୍ୟକ୍ତିଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା ।
ଏହି ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତୀ ସମୟରେ କୌଣସି ଜଟିଳତା ଦେଖାଯାଇ ନଥିଲା ବୋଲି ଡ଼ାକ୍ତର ପାତ୍ର କହିଛନ୍ତି । ଏଥିରେ ମେଡିକାଲ୍ ସୁପରିଟେଣ୍ଡେଂଟ ଡ଼ାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡ଼ାକ୍ତର ପ୍ରିୟଜିତ ପାଣିଗ୍ରାହୀ ଏବଂ ସମସ୍ତ କ୍ଲିନିକାଲ୍ ଓ ନନ୍ କ୍ଲିନିକାଲ୍ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଅଭିଜ୍ଞ ମେଡିକାଲ୍ ଟିମ୍ ଓ ପ୍ରଶାସନିକ ଟିମ୍‌ର ସହଯୋଗରେ ସମ୍ ହସ୍ପିଟାଲରେ ଉତମ ଚିକିତ୍ସାକୁ ନିଶ୍ଚିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking