28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଛାତ୍ରଛାତ୍ରୀଙ୍କୁ ମିଳିବ ‘ହାପିନେସ କିଟ’

ଛାତ୍ରଛାତ୍ରୀଙ୍କୁ ମିଳିବ ‘ହାପିନେସ କିଟ’

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତରଫରୁ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି । ଏଣିକି ଛୋଟ ପିଲାଙ୍କୁ ମିଳିବ ‘ହାପିନେସ କିଟ’ । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ତରଫରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଏହି କିଟ ମିଳିବ । ତେବେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅକ୍ଷୟ ଫାଉଣ୍ଡେସନ ତରଫରୁ ଏହି କିଟ ବଣ୍ଟନ କରାଯିବ ।

କୋରନା ମହାମାରୀ ପାଇଁ ଦିର୍ଘ ଦିନରୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଊତ୍ସାହ ଓ ଆଗ୍ରହ ବଢାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି କିଟରେ ପାଠପଢା ଉପକରଣ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ରହିଛି । ଏହି ‘ହାପିନେସ କିଟ’ରେ ୩ ଟି ବିସ୍କୁଟ ପ୍ୟାକେଟ , ୨ କେଜି ଅଟା , ୧ କେଜି ଲୁଣ , ୧ କେଜି ବୁଟ , ୨ହହ ଗ୍ରାମ ହଳଦୀ ଗୁଣ୍ଡ, ୧କେଜି ଗୁଡ , ୫୦୦ ଗାମ ବାଦାମ , ୫୦ ଗାମର ପେଷ୍ଟ , ଗୋଟିଏ ବ୍ରସ ଓ ୫୦ ଗ୍ରାମ ଡାଲଚିନି ରହିବ ।

କଟକ ,ଖୋର୍ଦ୍ଦା, ପୂରୀ , ନୟାଗଡ଼ ଓ ସୁନ୍ଦରଗଡ଼ରେ ପ୍ରଥମେ ୮ମ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏହି ‘ହାପିନେସ କିଟ’ ମିଳିବ । ତେବେ ଏହି ୫ ଟି ଜିଲ୍ଲାରେ ମୋଟ ୩ ଲକ୍ଷ ଛାତ୍ରଛାତ୍ରୀ ଏହି କିଟ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking