24.1 C
Bhubaneswar
Thursday, May 9, 2024
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣାରେ ୯ ମୃତ,୧୧ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣାରେ ୯ ମୃତ,୧୧ ଗୁରୁତର

କୋରାପୁଟ : ଛତିଶିଗଡରୁ କୋରାପୁଟର ସିନ୍ଧିଗାଁ କୁ ଆସିଥିଲେ ୩୦ ଜଣ ସମ୍ପର୍କିୟ । ଗ୍ରାମରେ ଦଶାହ କାର୍ଯ୍ୟ ସାରି ଭୋଜି ଖାଇ ଏକ ପିକଅପ ଭ୍ୟାନ ଯୋଗେ ନିଜ ଘରକୁ ଫେରୁଥିଲେ । କୁହୁଡିଆ ପାଗ ଥିବାରୁ ଭାରସାମ୍ୟ ହରାଇ ଭ୍ୟାନଟି କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ଠାରେ ଟଲଟି ପଡିବ । ସହିତ ଖାଲରେ ପଡିଯାଇଥିଲା । ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଦୁଇ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆହତ ୧୩ ଜଣଙ୍କ ମଧ୍ୟରୁ ୧୧ ଜଣ ଏବେ ଗୁରୁତର ଅବସ୍ଥାରେ ଅଛନ୍ତି ।

ତେବେ ରାତି ୯ ଟାରେ ହୋଇଥିବା ଏହି ଦୁର୍ଘଟଣାରେ କୁହୁଡି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ପ୍ରଥମେ ସ୍ଥାନୀୟ ଲୋକେ , ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।

ସୂଚନାରୁ ପ୍ରକାଶଯେ , ସିନ୍ଧିଗାଁକୁ ଛତିସିଗଡ ନିବାସୀ ପ୍ରାୟ ୩୦ ଜଣ ଯାତ୍ରୀ ଦଶାହ କାମରେ ଯୋଗ ଦେବାକୁ ଆସିଥିଲେ । ଘରକୁ ଫେରୁଥିବା ସମୟରେ ପିକଅପ ଭ୍ୟାନ ଟି ଓଲଟି ପଡିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିବା ସହିତ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking