29.1 C
Bhubaneswar
Saturday, May 4, 2024
Homeକର୍ପୋରେଟ୍ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଠାରେ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର...

ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଠାରେ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ

 ପେଟ୍ରୋଲିୟମ – ପ୍ରାକୃତିକ ଗ୍ୟାସ ଏବଂ ସଡ଼କ ଓ ପରିବହନ ବିଭାଗର ୩ଟି ପ୍ରକଳ୍ପର
ଉଦଘାଟନ ସହ ଗୋଟିଏ ପ୍ରକଳ୍ପର ହେବ ଶିଳାନ୍ୟାସ
 ୨୪୩୩ କୋଟି ବ୍ୟୟରେ ନିର୍ମିତ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ,୧୦୦୦
କୋଟିର ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ୧୯୦ କୋଟିର ଏନଏଚ-୪୧ରେ ୪ ଲେନ୍ ବିଶିଷ୍ଟ ଫ୍ଲାଏ
ଓଭରର ହେବ ଲୋକାର୍ପଣ
 ୧୦୨୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ
କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟ୍‌ର ହେବ ଶିଳାନ୍ୟାସ
 ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗକୁ ପାଇପରେ ଆସିବ ଗ୍ୟାସ
 ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବ ଏଲପିଜି ଇମ୍ପୋର୍ଟ ଟର୍ମିନାଲ

ପଶ୍ଚିମବଙ୍ଗ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃୟାରୀ ୭ରେ
ପଶ୍ଚିମବଙ୍ଗ ଗସ୍ତରେ ଆସି ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ
ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ମୋଟ୍ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪ଟି
ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରବିବାର ପଶ୍ଚିମବଙ୍ଗ
ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପଶ୍ଚିମବଙ୍ଗ ସମେତ ପୂର୍ବ
ଭାରତର ସାମଗ୍ରିକ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ତାରିଖରେ
ପ୍ରଧାନମନ୍ତ୍ରୀ ୩ଟି ପ୍ରକଳ୍ପ ଯଥା ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ,
ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ଜାତୀୟ
ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌-ଫ୍ଲାଏ ଓଭରର ଲୋକାର୍ପଣ
କରିବା ସହ ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ
ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଏ ସମ୍ପର୍କରେ ବିସ୍ତୁତ ତଥ୍ୟ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଶାସନ ଦାୟିତ୍ୱରେ
ରହିବା ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ପଶ୍ଚିମବଙ୍ଗ ଗସ୍ତ
ଅବସରରେ ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର
ଲୋକାର୍ପଣ କରିବେ । ଫଳରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପାଇପରେ ଗ୍ୟାସ ଆସିବ । ଏହି ଧୋବି-
ଦୁର୍ଗାପୁର ଗ୍ୟାସ୍ ପାଇପଲଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପଲାଇନ
୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛିô । ଏହି ପ୍ରକଳ୍ପ ମଧ୍ୟରେ ୧୫ ଲକ୍ଷ ମାନବ ଦିବସ
ରୋଜଗାର ସୃଷ୍ଟି କରାଯାଇଛି । ଏହି ପାଇପଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର
କରିବା ସହ ଏହି ପ୍ଲାଟ୍ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ
ସହରକୁ ଗ୍ୟାସ ଯୋଗାଇବ ।
ସେହିପରି ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗରୁ
ବିପିସିଏଲ ଦ୍ୱାରା ହଳଦିଆ ଠାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲର
ଲୋକାର୍ପଣ କରାଯିବ । ଏହି ଏଲପିଜି ଟର୍ମିନାଲ ପୂର୍ବାଂଚଳରେ ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ
ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ
କରିବାରେ ସାହାଯ୍ୟ କରିବ । ସମଗ୍ର ଭାରତବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଉଜ୍ଜଳା ଯୋଜନାରେ ୮
କୋଟିରୁ ଉର୍ଦ୍ଧ୍ୱ ଗ୍ୟାସ ସଂଯୋଗ ହୋଇଥିବା ବେଳେ କେବଳ ପଶ୍ଚିମବଙ୍ଗରେ ଏହି ୮ କୋଟିର ୧୧ ପ୍ରତିଶତ
ଅର୍ଥାତ୍ ୮୮ ଲକ୍ଷ ୫୧ ହଜାର ଗ୍ୟାସ ସଂଯୋଗ ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।
ଏହାବ୍ୟତିତ ଲୋକାର୍ପିତ ହେବାକୁ ଥିବା ଜାତୀୟ ରାଜପଥ- ୪୧ର ହଳଦିଆ ସ୍ତିତ ରାଣୀଛକ ଠାରେ ୪ ଲେନ୍‌
ବିଶିଷ୍ଟ ଆରଓବି-କମ୍‌- ଫ୍ଲାଏଓଭର ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଫ୍ଲାଏ ଓଭରର
କାର୍ଯ୍ୟକ୍ଷମ ହେବା ଦ୍ୱାରା କୋଲାଘାଟରୁ ହଳଦିଆ ଡକ୍ କମ୍ପେ୍ଲକ୍ସ ଏବଂ ଅନ୍ୟାନ୍ୟ ଆଖପାଖ ଅଂଚଳରେ ଟ୍ରାଫିକ୍‌
ଭିଡ ନିୟନ୍ତ୍ରଣ ସହ ଯାତାୟାତ ସହଜ ହେବ । ଏହାସହ ଯାତାୟତ ଏବଂ ଭାରୀ ଯାନଗୁଡିକର ପରିବହନ ଖର୍ଚ୍ଚ
ମଧ୍ୟ ସଂଚୟ ହେବ ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର
ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଦ୍ୱାରା ଏହି ରିଫାଇନାରୀରେ ୧ ହଜାର ୨୦ ଲକ୍ଷ କୋଟି ଟଙ୍କା
ବ୍ୟୟରେ ବାର୍ଷିକ ୨୭୦ ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍‌
(ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ । ଥରେ
କାର୍ଯ୍ୟକ୍ଷମ ହେଲେ ଏହା ଆତ୍ମନିର୍ଭର ଭାରତ ଦିଗରେ ବିଦେଶରୁ ତୈଳ ଆମଦାନୀ ହ୍ରାସ କରିବାରେ ବଡ଼
ଭୂମିକା ଗ୍ରହଣ କରିବ ତଥା ୭୦ ପ୍ରତିଶତ ଏହି ତୈଳ ଆମଦାନୀର ୮ ପ୍ରତିଶତ ହ୍ରାସ କରିବ । ଏହା ଦ୍ୱାରା
ବିଦେଶୀ ମୁଦ୍ରାରେ ୧୮୫ମିଲିୟନ ୟୁଏସଡ଼ି ସଂଚୟ ହୋଇପାରିବ ।
ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ
ପରକିଳ୍ପନାରେ ପୂର୍ବ ଭାରତ ବିକାଶର ପ୍ରାଥମିକତାକୁ ସୂଚାଉଛି । ପୂର୍ବ ଭାରତକୁ ଭାରତ ସହ ସାମଗ୍ରିକ ବିକାଶ
ଆଣିବା ପାଇଁ ମିଶନ ମୋଡରେ କାର୍ଯ୍ୟକାରୀ ହେଉଛି । ଏହି ପ୍ରକଳ୍ପ ଗୁଡ଼ିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର
ମାଧ୍ୟମରେ ଯୁବକମାନଙ୍କ ପାଇଁ ଆର୍ôଥକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking