30.1 C
Bhubaneswar
Wednesday, April 24, 2024
Homeଓଡିଶାସ୍ୱଚ୍ଛ ସହରର ପ୍ରମୁଖ ସାରଥୀ : ବର୍ଜ୍ୟ ସଂଗ୍ରହକାରୀଙ୍କୁ ନୂଆ ପରିଚୟ ଦେଇଛି ପୌର ପ୍ରଶାସନ

ସ୍ୱଚ୍ଛ ସହରର ପ୍ରମୁଖ ସାରଥୀ : ବର୍ଜ୍ୟ ସଂଗ୍ରହକାରୀଙ୍କୁ ନୂଆ ପରିଚୟ ଦେଇଛି ପୌର ପ୍ରଶାସନ

ଭୁବନେଶ୍ୱର : ଦିନେ ଜରି ଗୋଟାଉଥିଲେ ପେଟ ପୋଷିବା ପାଇଁ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ
ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଚଂଳ ପ୍ରଶାସନ ସହିତ ଯୋଡିହୋଇ
ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏହାର ଜ୍ୱଳନ୍ତ
ଉଦାହରଣ ହେଲେ ଭୁବନେଶ୍ୱରର ୩୫ବର୍ଷ ବୟସ୍କା ଶୁଭଲକ୍ଷ୍ମୀ । ଦିନେ ଜରି ଗୋଟାଉଥିବା ଶୁଭଲକ୍ଷ୍ମୀ ଏବେ
ବ୍ୟାଟେରୀଚାଳିତ ଗାଡିରେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ମିଳୁଥିବା ପାଉଣାରେ ତାଙ୍କ
ପରିବାର ଚଳାଇଛନ୍ତି । ପିଲାଙ୍କୁ ପାଠ ପଢାଇବାପାଇଁ ଘରୁ ଗୋଡ କାଢିଥିବା ଶୁଭଲକ୍ଷ୍ମୀ ଏବେ ନିଜର ଦ୍ୱାଦଶ
ଓ ଷଷ୍ଠ ଶ୍ରେଣୀରେ ଥିବା ଦୁଇ ପୁଅଙ୍କ ସମେତ ସ୍କୁଲ ଯିବାପାଇଁ ପ୍ରସ୍ତୁତ ହେଉଥିବା ଛୋଟ ଝିଅଙ୍କୁ ଠିକଣା
ଭାବେ ପଢାଇପାରିବେ ବୋଲି କହିଛନ୍ତି । ଦିନକୁ ମାତ୍ର ୪ଘଂଟା କାମ କରି ଶୁଭଲକ୍ଷ୍ମୀ ଏବେ ମାସକୁ
୭୦୦୦ ଟଙ୍କା ବେତନ ପାଉଛନ୍ତି । ତାଙ୍କ ସହିତ ଅଛନ୍ତି ୩୨ବର୍ଷିଆ ଲିଲା ରାଓ ଏବଂ ୨୯ବର୍ଷିୟା ଝିଲି
ମୁଲି ।
କେବଳ ଶୁଭଲକ୍ଷ୍ମୀ ନୁହନ୍ତି ତାଙ୍କ ଭଳି ୨୧୧୮ ଜଣଙ୍କୁ ଚିହ୍ନଟ କରାଯାଇ ବର୍ଜ୍ୟ ସଂଗ୍ରହ, ଏହାର
ପୃଥକୀକରଣ, ଖତ ପ୍ରସ୍ତୁତି ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଛି । ରାଜ୍ୟର ୫୫ଟି ସ୍ୱୟଂ ସହାୟିକା
ଗୋଷ୍ଠି ଏହି କାର୍ଯ୍ୟରେ ଯୋଡିହୋଇ ଯାଇଥିବାବେଳେ ୬୧୮ଜଣ ସଦସ୍ୟ ଭୁବନେଶ୍ୱର, କଟକ,
ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟ କରୁଛନ୍ତି । ରାଜଧାନୀରେ
ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତି କାର୍ଯ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନଙ୍କୁ ମୁତୟନ କରାଯାଇଛି ।
ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଖତ ପ୍ରସ୍ତୁତ ସମୟରେ ସମସ୍ତ ସର୍ତକତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ
କରାଯାଉଥିବା ଦେଖିବାକୁ ମିଳିଛି । ରାଜ୍ୟର ଛୋଟ ଛୋଟ ସହରାଚଂଳରେ ଅନୁରୂପ ଛୋଟ ଛୋଟ ଗୋଷ୍ଠି
ଗଠନ କରାଯାଇ ପୌର ପ୍ରଶାସନ ସହିତ ଯୋଡାଯାଉଛି ।
ଜରି ଗୋଟାଳିଙ୍କ ବ୍ୟତିତ କିନ୍ନର ଓ ବସ୍ତିବାସିନ୍ଦାମାନେ ଏବେ ପୌର ପ୍ରଶାସନ ସହିତ ଯୋଡିହେବା
ଯୋଗୁଁ ରାଜ୍ୟ ସରକାର ଜାତୀୟ ସ୍ତରର ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଜାଗାମିଶନ ପାଇଁ ଓଡିଶା
ବିଶ୍ୱ ବାସସ୍ଥାନ ପୁରସ୍କାର – ୨୦୧୯ ରେ ବ୍ରୋଂଚ ପଦକ ପାଇପାରିଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଏବେ ସମସ୍ତ ପୌରାଚଂଳ ପାଇଁ ବର୍ଜ୍ୟବସ୍ତୁ
ସଂଗ୍ରହକାରୀ ଚିହ୍ନଟ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛନ୍ତି । ଏମାନଙ୍କୁ ଚିହ୍ନଟ ସହିତ ସହରରେ ବର୍ଜ୍ୟବସ୍ତୁ ସଂଗ୍ରହ
ଓ ଏହାର ବିଘଟନରେ ବିନିଯୋଗ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନଙ୍କୁ ଚିହ୍ନଟ ସହିତ
ସହରର ପରିଚ୍ଛନ୍ନତାରେ ସେମାନଙ୍କୁ ସାମିଲ କରିବା ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପୁରସ୍କାର ଯୋଜନାର ଏକ
ମାନଦଣ୍ଡ ଯାହାକି ଗତ ଡିସେମ୍ବରରେ ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ଅନୁରୂପ
ଏହି ପୁରସ୍କାର ବୋଲି ପ୍ରମୁଖ ସଚିବ କହିଛନ୍ତି । ଉତମ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ପୁରସ୍କାର
ରାଶି ଘୋଷଣା କରିବେ । ତେବେ ଆଗାମୀ ୩ମାସ ଲାଗି ଏ ସଂକ୍ରାନ୍ତରେ ଟେଲିଫୋନ ମାଧ୍ୟମରେ ମତାମତ
ସଂଗ୍ରହ ଓ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି ।
ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ପରେ ପରବର୍ତୀ ପର୍ଯ୍ୟାୟରେ
ସେମାନଙ୍କୁ ପ୍ରଶାସନର ସହଯୋଗୀ ଭାବେ ଗ୍ରହଣ କରାଯିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା
୬୦ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟା ବଂଟନ ହୋଇଥିବାବେଳେ ଖୁବଶୀଘ୍ର ଆଉ ୨୦ହଜାରଙ୍କୁ
ଏହି ପଟ୍ଟା ମିଳିବ । ଜମି ଯୋଗାଇବା ସହିତ ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରିବାପାଇଁ ପ୍ରଧାନମନ୍ତ୍ରୀ
ଆବାସ ଯୋଜନାରେ ଘର ତିଆରି ସକାଶେ ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ବର୍ଷକ
ମଧ୍ୟରେ ଅତି କମରେ ହଜାରେ ଆଦର୍ଶ କଲୋନି ପ୍ରସ୍ତୁତ ହେବବୋଲି ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ
କହିଛନ୍ତି ।
ଅନୁରୂପ ଭାବେ ଭୁବନେଶ୍ୱର ସମେତ କେତେକ ସହରାଚଂଳରେ କିନ୍ନରମାନଙ୍କୁ ହୋଲଡିଂ ଟିକସ ଓ
ପାର୍କିଂ ଫି ଆଦାୟରେ ନିୟୋଜିତ କରାଯାଇଛି । କିନ୍ନରମାନଙ୍କୁ ଅଳ୍ପ କେତେକ ପରମର୍ଶରେ ଏଭଳି
କେତେକ କାର୍ଯ୍ୟରେ ନିୟୋଜିତ କରାଯାଇଛି ଯେଉଁଠାରେ ବୈଷୟିକ କର୍ମଚାରୀଙ୍କର ଆବଶ୍ୟକତା ନାହିଁ ।
ଏମାନଙ୍କ ବ୍ୟତିତ ସ୍ୱୟଂସହାୟକ ଗୋଷ୍ଠିଙ୍କୁ ମଧ୍ୟ ସହରାଚଂଳରେ ଅନ୍ୟ କେତେକ କାର୍ଯ୍ୟରେ ମୁତୟନ
କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking