25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗପାକିସ୍ତାନକୁ ଟୀକା ଯୋଗାଇବ ଭାରତ

ପାକିସ୍ତାନକୁ ଟୀକା ଯୋଗାଇବ ଭାରତ

ନୂଆଦିଲ୍ଲୀ : କୋରନା ମାହାମାରୀର ଲଢେଇ ପରେ ଭାରତ ଏବେ ଦେଶ ବ୍ୟାପୀ ଟୀକାକରଣ ଅଭିଯାନ ଚଳାଇଛି । ଦେଶ ସହିତ ପଡୋଶୀ ରାଷ୍ଟ୍ରକୁ ମଧ୍ୟ ଟୀକା ପଠାଉଛି ଭାରତ । ଏହା ମଧ୍ୟରେ ପାକିସ୍ତାନକୁ ମଧ୍ୟ କୋରନା ଟୀକାର ଆବଶ୍ୟକତା ପଡିଛି । ଚୀନ ଠାରୁ ମାଗଣାରେ ୫ ଲକ୍ଷ ଡୋଜ ମଗାଇବା ପରେ ଭାରତ ଠାରୁ ୧.୭୦ କୋଟି କୋରାନା କୋଭାସିଲ୍ଡ ଟୀକା ମଗାଇଛି । ମାଗଣାରେ ଭାରତ ସରକାର ଏହି ଟୀକା ପାକିସ୍ତାନକୁ ଯୋଗାଇବେ ।
କୋଭାକ୍ସ କାର୍ଯ୍ୟକ୍ରମରେ ଅଧୀନରେ ଏହି ଟୀକା ପାଇବ ପାକିସ୍ତାନ । ତେବେ ପାକିସ୍ତାନ ସରକାରଙ୍କ ପାଖରେ ଟୀକା କିଣିବାକୁ ଅର୍ଥ ନଥିବାରୁ ସରକାରଙ୍କ ତରଫରୁ , ରାଜ୍ୟ ସରକାର ଓ ବେସରକାରୀ ସଂସ୍ଥା ଗୁଡିକୁ ଅନୁମତି ଦିଆଯାଇଛି । ଏହାନେଇ ପାକିସ୍ତାନ ସରକାର ୮ ମାସ ପୂର୍ବରୁ କୋଭାକ୍ସ କାର୍ଯ୍ୟକ୍ରମରେ ଦସ୍ତଖତ କରିଥିଲେ । ଇମରାନ ଖାନଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସହାୟକ ଟ୍ୱିଟ କରି କହିଛନ୍ତି ଯେ, କୋଭିଡ ୧୯ ଭ୍ୟାକସିନକୁ ନେଇ ଖୁସି ଖବର । ଫେବୃଆରୀ ଓ ମାର୍ଚ୍ଚ ସୁଦ୍ଧା ପାକିସ୍ତାନକୁ ୧.୭୦ କୋଟି ଡୋଜ ଟୀକା ମିଳିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking