28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ରାଜ୍ୟ ବିଦ୍ୟୁତ ଶ୍ରମିକ ମହାସଂଘ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ରାଜ୍ୟ ବିଦ୍ୟୁତ ଶ୍ରମିକ ମହାସଂଘ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ ମହାସଂଘର ୫୮ତମ ବାର୍ଷିକ ଅଧିବେଶନ ଉପଲକ୍ଷେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା । ଶାଗ ମାଛ ଦରରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ଗୁଡିକୁ ରାଜ୍ୟ ସରକାର ରିଲାଏନ୍ସ ଓ ଟାଟା ପାୱାର ଭଳି କମ୍ପାନୀକୁ ଟେକି ଦେଇ ଅନ୍ଧ ଧୃତରାଷ୍ଟ୍ର ସାଜିଛନ୍ତି । ଯାହାର ସିଧା ପ୍ରଭାବ ଗରୀବ ଉପଭୋକ୍ତାଙ୍କ ଉପରେ ପଡୁଛି । ଆଜି ବିଦ୍ୟୁତ ଦର ଅହେତୁକ ବୃଦ୍ଧି ପାଇବାରେ ରାଜ୍ୟ ସରକାର ହିଁ ଦାୟୀ । ଟାଟା କମ୍ପାନୀକୁ ନେବା ପରେ ଓଡ଼ିଆ ଶ୍ରମିକଙ୍କୁ ନିଯୁକ୍ତି ମିଳୁନାହିଁ । ଅଣ ଓଡିଆ କମ୍ପାନୀରେ ରାଜକରି ଲୁଟି ଚାଲୁଥିବା ଅଭିଯୋଗ ହୋଇଛି । ସେହିଭଳି ବିଦ୍ୟୁତ କର୍ମଚାରୀ କୋରନାରେ ମୃତ୍ୟୁ ବରଣ କଲେ ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଥିଲେ ମଧ୍ୟ ଆଜି ଯାଏଁ ଜଣକୁ ବି ମିଳିପାରି ନାହିଁ । ସରକାର ଜାଣିଶୁଣି ଏ ବାବଦରେ ନୀରବ ରହୁଛନ୍ତି । ରାଜ୍ୟରେ ଏକ କୋଟି ବିଦ୍ୟୁତ ଉପଭୋକ୍ତା ଥିବାବେଳେ ମାତ୍ର ନଅ ହଜାର କର୍ମଚାରୀ ଅଛନ୍ତି । ନୂଆ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ । ଏଭଳି ସ୍ଥିତିରେ ଶକ୍ତି ବିଭାଗ ଶକ୍ତି ହୀନ ହୋଇ ବସି ରହିଛି । ଆଗମୀ ଦିନରେ ଦାବୀ ପୂରଣ ନ ହେଲେ ରାଜରାସ୍ତାକୁ ସଙ୍ଘ ଓହ୍ଲାଇବାକୁୁ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking