38.1 C
Bhubaneswar
Friday, May 3, 2024
Homeଓଡିଶାଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ନରହନ୍ତା ଦନ୍ତାର ଉପଦ୍ରବ

ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ନରହନ୍ତା ଦନ୍ତାର ଉପଦ୍ରବ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ନରହନ୍ତା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି । ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନଙ୍କୁ ଘରୁ ଟାଣିନେଇ କଚାଡି ମାରିଥିବା ବେଳେ ତାପର ଦିନ ରୁଗୁଡିହ ଗାଁରେ ଘର ଭାଙ୍ଗି ଧାନଚାଉଳ ଖାଇ ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ସରୁଆଳି ଗାଁ ର ଅଙ୍ଗଦ ସାହିରେ ପଶି ସୁରମା ପାତ୍ରଙ୍କର ଝରକା ଭାଙ୍ଗି ୨ ବସ୍ତା ଧାନ ଓ ୨ ବସ୍ତା ଚାଉଳ ଖାଇବା ସହ ଘରର ସାମନା ପଟ ଗ୍ରିଲକୁ ଭାଙ୍ଗି ଦେଇଛି । ସେପଟେ ସରୁଆଳି ଗାଁ ଭିତରେ ପଶି ସମବାରୀ କିଶାନଙ୍କ ଘର ଭାଙ୍ଗି ଚାଉଳ ଦୁଇ କ୍ବିଣ୍ଟାଲ ଚାଉଳ ସହ ଚାଉଳ ବସ୍ତା ଭିତରେ ଥିବା ୧୦ ହଜାର ଟଙ୍କା ମଧ୍ୟ ଖାଇଯାଇଛି ।ଅନ୍ୟ ପଟରେ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ଦୁଇଟି ପୋଷା କୁକୁରକୁ ମଧ୍ୟ ଦନ୍ତା କଚାଡି ମାରିଦେଇଛି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନରହନ୍ତା ଦନ୍ତାକୁ ସେ ଅଞ୍ଚଳରୁ ଘଉଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୁପ ଧାରଣ କରିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking