31.1 C
Bhubaneswar
Saturday, April 20, 2024
Homeଓଡିଶାବର୍ଦ୍ଧିତ ତୈଳଦର ନେଇ ପ୍ରତିବାଦ କଲା ଯୁବ କଂଗ୍ରେସ

ବର୍ଦ୍ଧିତ ତୈଳଦର ନେଇ ପ୍ରତିବାଦ କଲା ଯୁବ କଂଗ୍ରେସ

କେନ୍ଦୁଝର : ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଘରୋଇ ରନ୍ଧନ ଗ୍ୟାସର ମଧ୍ୟ ବୃଦ୍ଧି ପାଇ ଚାଲିଛି । ଯେବେ ଠାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆସିଲାଣି ସେବେଠାରୁ ଏହି ଦର ବୃଦ୍ଧି ପାଇଚାଲିଛି । ଏହି ଦରବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଅତିଷ୍ଠ ହୋଇଗଲାଣି ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରୁ ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking