ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ

ବଲାଙ୍ଗିର : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ ଆୟୋଜିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ମଞ୍ଚାସିନ ଥିଲେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ପ୍ରଭାତ କୁମାର ମିଶ୍ର ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ । ଅଧ୍ୟକ୍ଷ ମିଶ୍ରଙ୍କ ସଭାପତିୟ ଅଭିଭାଷଣ ପରେ ସଂପାଦକ ଶ୍ରୀଯୁକ୍ତ ପୂଜାରୀ ବାର୍ଷିକ ବିବରଣୀ ଉପସ୍ଥାପନ ପୂର୍ବକ ଗାନ୍ଧୀ ଷ୍ଟାଡିୟମ ଓ କ୍ରୀଡାର ବିକାଶ ଉପରେ ଅତୀତ ଓ ତୁଳନାତ୍ମକ ରୂପରେଖ ଉପରେ ନିଜର ଚିନ୍ତାଧାର ବ୍ୟକ୍ତ କରି ଆଗାମୀ ଦିନରେ ବଲାଙ୍ଗିର କ୍ରୀଡାକ୍ଷେତ୍ରକୁ ଶକ୍ତିଶାଳୀ କରି ଗଢି ତୋଳିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଥିଲା କ୍ରୀଡା ସଂସଦର ନିର୍ବାଚନୀ ବର୍ଷ ।

ଏ ପରିପ୍ରେକ୍ଷୀରେ ଗତ ୧୩ ଓ ୧୪ ତାରିଖ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ନିର୍ବାଚନ ଅଧିକାରୀ ରୂପେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀଯୁକ୍ତ ବଢେଇ ପ୍ରାର୍ଥୀପତ୍ର ଗ୍ରହଣ କରିଥିଲେ । କୌଣସି ପଦବୀ ସକାଶେ କେହି ପ୍ରତିଦ୍ୱନ୍ଦୀ ନଥିବାରୁ ଶୃଙ୍ଖଳାର ସହ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ସମାପନ ହୋଇଥିଲା । ଆଜିର ବୈଠକରେ ନବ ନିର୍ବାଚିତ ସଭ୍ୟମାନଙ୍କ ନାମ ଘୋଷଣା କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ରୂପେ ଡ. ଶ୍ରୀକର ମିଶ୍ର, ଉପ-ସଭାପତି ରୂପେ କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହଲ୍ଲାଦ ଶତପଥି, ସାଧାରଣ ସଂପାଦକ ଭାବେ ହରିନାରାୟଣ ପୂଜାରୀ, ଯୁଗ୍ମ ସଂପାଦକ ରୂପେ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ରୂପେ ପ୍ରଭାତ ମିଶ୍ର, ଭଲିବଲ ସଂପାଦକ ରୂପେ ପ୍ରଦ୍ୟୁମ୍ନ ମିଶ୍ର, ଗ୍ରାମ୍ୟ କ୍ରୀଡା ଓ ଓମେନ ଫେଷ୍ଟିଭାଲ ସଂପାଦକ ଭାବେ ସଂଗ୍ରାମ ବହିଦାର, କ୍ରୀଡା, ଖୋଖୋ, କବାଡି ସଂପାଦକ ରୂପେ ବିଭୁତି ପଣ୍ଡା, କ୍ରିକେଟ ସଂପାଦକ ଭାବେ ଓମ୍ ପ୍ରକାଶ ଚାନ୍ଦ, ଫୁଟବଲ, ଟେବୁଲ ଟେନିସ, ସନ୍ତରଣ ସଂପାଦକ ରୂପେ ହେମନ୍ତ ବେହେରା ଓ ପରିଷଦ ସଭ୍ୟ ପଦବୀରେ ଦ୍ୱାରିକା ପଣ୍ଡା, ରାଜେନ୍ଦ୍ର ପୁରୋହିତ, ଶିଶିର ବହିଦାର, ବିଜୟ ବନସାଲ ଓ ଜୟରାମ ମିଶ୍ର ପ୍ରମୁଖ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଶେଷରେ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରି ଥିଲେ ।

LEAVE A REPLY

Please enter your comment!
Please enter your name here