32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟ କ୍ୟାବିନେଟ୍‌ ବୈଠକ, ୩ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ୍‌ ବୈଠକ, ୩ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମଧ୍ୟମରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି କ୍ୟାବିନେଟ୍‌ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ । ସେହିପରି ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି। ସୁବର୍ଣ୍ଣରେଖା ନଦୀରେ ଏକ ହାଇଲେବଲ ବ୍ରିଜ ନିର୍ମାଣ ପ୍ରସ୍ତାବକୁ ମଞ୍ଜରୀ ମିଳିଛି । ଏହି ସେତୁ ବାଲିଆପାଳ ଜାମକୁଣ୍ଡରୁ ଓ ଭୋଗରାଇ ବ୍ଲକକୁ ସଂଯୋଗ କରିବ। ଏଥିପାଇଁ ୧୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେତୁକୁ ୩୦ ମାସ ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking