28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିବାଦୀୟ ଚୀନ୍ ଜାହାଜକୁ ଶ୍ରୀଲଙ୍କାର ଅନୁମତି

ବିବାଦୀୟ ଚୀନ୍ ଜାହାଜକୁ ଶ୍ରୀଲଙ୍କାର ଅନୁମତି

କଲମ୍ବୋ : ଭାରତର ବିରୋଧ ସତ୍ତ୍ୱେ ଶ୍ରୀଲଙ୍କା ସରକାର ଶନିବାର ଚୀନ୍‌ର ବିବାଦୀୟ ରିସର୍ଚ୍ଚ ଜାହାଜକୁ ହମ୍ବନଟୋଟା ବନ୍ଦରରେ ଅଟକିବାକୁ ଅନୁମତି ଦେଇଛନ୍ତି । ପ୍ରଥମରୁ ଶ୍ରୀଲଙ୍କା ନିଜ ବନ୍ଦରରେ ଚୀନ୍‌ର ଏହି ଯୋଜନାକୁ ଟାଳିବାକୁ କହିଥିଲା । ଏହି ଜାହାଜ ଦ୍ୱାରା ଭାରତର ମିଲିଟାରୀ ଠିକଣାକୁ ନେଇ ଗୁଇନ୍ଦାଗିରି କରାଯାଇପାରେ ବୋଲି ନୂଆଦିଲ୍ଲୀ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା । ୟୁଆନ୍ ୱାଙ୍ଗ୍‌-୫ ନାମକ ଏହି ଜାହାଜକୁ ଇଣ୍ଟରନାସ୍‌ନାଲ୍ ସିପିଂ ଆଣ୍ଡ୍ ଆନାଲିଟିକ୍ସ ସାଇଟ୍ ପକ୍ଷରୁ ଏକ ରିସର୍ଚ୍ଚ ଏବଂ ସର୍ଭେ ଜାହାଜ କୁହାଯାଉଥିବା ବେଳେ ଭାରତୀୟ ମିଡିଆ ପକ୍ଷରୁ ଏହା ଏକ ଦୋହରା ଉପଯୋଗ ସ୍ପାଇ ଜାହାଜ ବୋଲି କୁହାଯାଉଛି । ଭାରତୀୟ ମହାସାଗରରେ ବେଜିଂର ଉପସ୍ଥିତି ଏବଂ ଶ୍ରୀଲଙ୍କା ଉପରେ ବୃଦ୍ଧି ପାଉଥିବା ପ୍ରଭାବକୁ ନୂଆଦିଲ୍ଲୀ ସନ୍ଦେହ ଚକ୍ଷୁରେ ଦେଖୁଛି ।

ପୂର୍ବରୁ ଏହି ଜାହାଜ ଅଗଷ୍ଟ ୧୧ ତାରିଖରେ ଶ୍ରୀଲଙ୍କା ହମ୍ବନଟୋଟା ବନ୍ଦରରେ ପହଞ୍ଚି ଇନ୍ଧନ ଭରିବା ପରେ ଅଗଷ୍ଟ ୧୭ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରିବାକୁ କାର୍ଯ୍ୟକ୍ରମ ଥିଲା । ମାତ୍ର ଭାରତର ବିରୋଧ ପରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରଣାଳୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଯାତ୍ରାକୁ ଘୁଞ୍ଚାଇବା ପାଇଁ ଚୀନ୍‌କୁ କହିଥିଲା । କିନ୍ତୁ ଚୀନ୍ ଜାହାଜକୁ ହମ୍ବନଟୋଟା ବନ୍ଦରରେ ଅଗଷ୍ଟ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ ପାଇଁ ଅନୁମତି ଦେବାକୁ ବିଦେଶ ମନ୍ତ୍ରଣାଳୟ କ୍ଲିୟରାନ୍ସ ପାଇଛନ୍ତି ବୋଲି ଶ୍ରୀଲଙ୍କାର ହାର୍ବର ମାଷ୍ଟର ନିର୍ମଳ ପି ସିଲ୍‌ଭା କହିଛନ୍ତି । ବନ୍ଦରରେ ପ୍ରବେଶ ପାଇଁ କଲମ୍ବୋ ପକ୍ଷରୁ ଚୀନ୍ ଜାହାଜକୁ ଅନୁମତି ଦିଆଯାଇଥିବା ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷ ଦେଶ ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ଜୁଲାଇ ୧୨ ତାରିଖରେ ଏହି ଜାହାଜକୁ ପ୍ରବେଶ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking