37.1 C
Bhubaneswar
Saturday, April 20, 2024
Homeଓଡିଶାକଟକଏସ୍‌ସିବିରେ ଚାକିରି କରାଇଦେବା ନାଁରେ ଠକେଇ: ମାଷ୍ଟର ମାଇଣ୍ଡ ଗିରଫ

ଏସ୍‌ସିବିରେ ଚାକିରି କରାଇଦେବା ନାଁରେ ଠକେଇ: ମାଷ୍ଟର ମାଇଣ୍ଡ ଗିରଫ

କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପଟାଲ (ଏସସିବି)ରେ ଚାକିରୀ କରାଇଦେବା କହି ଲାଞ୍ଚନେବା ଘଟଣାର ମାଷ୍ଟରମାଇଣ୍ଡ ଅବଦୁଲ ରହେମାନର ପୁଅ ସେକ୍‌.ଏମ୍‌.ରହେମାନ (୪୦)କୁ ଆଜି ମଙ୍ଗଳାବାଗ ପୁଲିସ ଗିରଫକରିଛି । ରହେମାନର ଘର ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଡ଼ପଡାରେ ବୋଲି ଜଣାପଡ଼ିଛି । ଏସସିବିର ଏକ ଠିକା ସଂସ୍ଥା ମଞ୍ଜୁଶ୍ରୀର ସୁପରଭାଇଜର ଟଙ୍କା ନେଉଥିବା ଭିଡ଼ିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା । ଏସସିବିରେ ରୋଗୀଙ୍କୁ ଆଟେନାଣ୍ଟ ସର୍ଭିସ ଯୋଗାଇ ଦେଉଥିବା ଠିକା ସଂସ୍ଥା ମଞ୍ଜୁଶ୍ରୀର ମ୍ୟାନେଜର ରହେମାନ ଚାକିରୀ କରାଇ ଦେବା ପାଇଁ ଲାଞ୍ଚ ନେବା ସଂକ୍ରାନ୍ତରେ ଥାନାରେ ହୋଇଥିଲା ।

ଏହି ଘଟଣାର ତଦନ୍ତକରି ଗତ ୧୧ ତାରିଖରେ ସଂସ୍ଥାର ସୁପରଭାଇଜର ସ୍ଥାନୀୟ ଥୋରିଆସାହିର ସୂର୍ଯ୍ୟନାରାୟଣ ସାହୁ (୪୫)କୁ ପୁଲିସ ଗିରଫକରି କୋର୍ଟଚାଲଣ କରିଥିଲା ।ଏହି କାରବାରର ରହେମାନ ମୋଟା ଅଙ୍କର ଲାଞ୍ଚ କାରବାର କରୁଥିଲା । ଜଣକୁ ଚାକିରୀ କରାଇଦେବା ପାଇଁ ସେ ୫୦ରୁ ୬୦ ହଜାର ଟଙ୍କା ନେଉଥିଲା ବୋଲି ବୋଲି ପୁଲିସ ଜାଣିପାରିଛି । ସୂଚନାଯୋଗ୍ୟ ଏଏସ୍‌ସିବରେ ୪ର୍ଥ ଶ୍ରେଣୀ କର୍ମଚାରୀ ମାଣିଆବନ୍ଧ ମାଟିଆପଡ଼ା ଅଞ୍ଚଳର ପାଣ୍ଡବ ନାୟକ ପୁଅକୁ ଚାକିରି କରାଇଦେବାବକୁ ରହେମନ ଓ ସୂର୍ଯ୍ୟ ତାଙ୍କଠାରୁ ୮୦ ହଜାର ଟଙ୍କା ଲଞ୍ଚ ନେଇଥିଲେ । ତେବେ ଠକାମୀର ଶିକାର ହୋଇଛି ବୋଲି ଜାଣିବା ପରେ ମଙ୍ଗଳାବାଗ ଥାନାରେ ପାଣ୍ଡବ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ମାମଲା ରୁଜୁକରି ପୂର୍ବରୁ ସୂର୍ଯ୍ୟକୁ ଗିରଫ କରିଥିଲା ଆଜି ରହେମନକୁ ଗିରଫ କରି କୋର୍ଟ ଚାଲଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking