32.1 C
Bhubaneswar
Friday, April 26, 2024
Homeଓଡିଶାବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ଗାଇଡ ଲାଇନ

ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ଗାଇଡ ଲାଇନ

ଭୁବନେଶ୍ୱର: କରୋନା ଅପଡେଟ ନେଇ ଆଜି ଏସଆରସି ପ୍ରଦୀପ ଜେନା ନୂତନ ତଥ୍ୟ ପ୍ରଦାନ କରିଛନ୍ତି । ଆମେରିକା, ଦୁବାଇ, ମାଲେସିଆରୁ ଭୁବନେଶ୍ୱରକୁ ଏବେ ବିମାନ ଆସିବ । ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ ଯାଆସ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି ଫେରିବାକୁ ଥିବା ଲୋକେ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବେ । ଆଉ ଯଦି ସେମାନେ ପଞ୍ଜୀକରଣ କରିନଥିବେ, ତେବେ ନିଜ ଆଡୁ ସରକାର ତଥ୍ୟ ନେବେ । ବିମାନଯାତ୍ରୀଙ୍କ ତଥ୍ୟ ନେଇ ସଂପୃକ୍ତ ଜିଲ୍ଲା ଓ ଗାଁ କୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି । ତାଙ୍କ କହିବାନୁସାରେ, ବିମାନରୁ ଥରକେ ୨୦ ଜଣିଆ ଗ୍ରୁପରେ ଯାତ୍ରୀଙ୍କୁ ଓହ୍ଲାଇବେ । ଟର୍ମିନାଲ ବାହାରେ ସ୍କ୍ରିନିଂ କରାଯିବ ଏବଂ ହାତରେ ଷ୍ଟାମ୍ପ ଲାଗିବ । ଆଉ କୌଣସି ବ୍ୟକ୍ତିଙ୍କ ଶରୀରେ ଲକ୍ଷଣ ଦେଖାଯାଏ, ତାଙ୍କୁ କୋଭିଡ ହସ୍ପିଟାଲ ପଠାଯିବ । ଲକ୍ଷଣ ନଥିବା ଅନ୍ୟ ଯାତ୍ରୀମାନେ ନିଜ ଗାଡିରେ ଯିବେ । ଯାହାର ନିଜ ଗାଡି ନଥିବେ, ସେମାନେ ସୀମିତ କ୍ୟାବ କିମ୍ବା ସିଟି ବସରେ ଯିବେ । ପରେ ଘରେ ପହଂଚିବା ପରେ ହୋମ୍ କିମ୍ବା ପେଡ୍ କ୍ୱାରେଣ୍ଟାଇନରେ ରହିବେ । ଆଉ ଯଦି କ୍ୱାରେଣ୍ଟାଇନ ନିୟମ ଭାଙ୍ଗନ୍ତି, ତେବେ ଏପିଡେମିକ ଆକ୍ଟ ଅନୁସାରେ, କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ କ୍ୱାରେଣ୍ଟିନରେ ଥିବା ଲୋକଙ୍କ ଘର ସାମ୍ନାରେ ଷ୍ଟିକର ମଧ୍ୟ ଲଗାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଏହାକୁ ବାଦ ଦେଲେ କାହାର ଦେହ ଖରାପ ହେଲେ ନିଜେ ହସ୍ପିଟାଲ ଯିବେନି । ଯିବା ପାଇଁ ୧୦୪ ସହ ପରାମର୍ଶ କରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ସ୍ୱତନ୍ତ୍ର ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ବାଲେଶ୍ୱର ଓ ଭୁବନେଶ୍ୱରରେ ଓହ୍ଲାଇବା ବେଳେ ଷ୍ଟେସନ ସିଲ୍ କରାଯିବ । ପରେ ଷ୍ଟେସନରେ ଥିବା ସ୍ୱତନ୍ତ୍ର କେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆଉ ଯଦି କାହାର ଲକ୍ଷଣ ବାହାରିବ ସେମାନଙ୍କୁ ହସ୍ପିଟାଲ ପଠାଇବା ପାଇଁ ବ୍ୟବସ୍ଥା କରାଯିବ । ଷ୍ଟେସନରୁ ନିଜସ୍ୱ କିମ୍ବା ସୀମିତ କ୍ୟାବ ଦ୍ୱାରା ସେ ଯାଇପାରିବେ । ସେମାନେ ମଧ୍ୟ କଡାକଡି ଭାବେ କ୍ୱାରେଣ୍ଟାଇନ ନିୟମ ପାଳନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking