31.1 C
Bhubaneswar
Friday, March 29, 2024
Homeଅପରାଧହସ୍ପିଟାଲ ନିକଟରୁ ସିକ୍ୱିରିଟି ଗାର୍ଡଙ୍କ ମୃତ ଦେହ ଉଦ୍ଧାର, ହସ୍ପିଟାଲ ବିରୋଧରେ ମାମଲା ରୁଜୁ

ହସ୍ପିଟାଲ ନିକଟରୁ ସିକ୍ୱିରିଟି ଗାର୍ଡଙ୍କ ମୃତ ଦେହ ଉଦ୍ଧାର, ହସ୍ପିଟାଲ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ନୋଏଡାର ଏକ ଘରୋଇ ହସ୍ପିଟାଲ ନିକଟରୁ ସୋମବାର ଜଣେ ଘରୋଇ ସିକ୍ୱିରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଗାର୍ଡ ଜଣକ ବିହାର ସହସ୍ର ଜିଲ୍ଲାର ୩୫ ବର୍ଷୀୟ ଦେବାନନ୍ଦ ଭଗତ ବୋଲି ଜଣାପଡିଛି । ତେବେ ଏହି ମୃତ୍ୟୁ ଘଟଣାକୁ ନେଇ ସେକ୍ଟର ୩୩ରେ ଥିବା ସଂପୃକ୍ତ ଘରୋଇ ମେଡିକାଲ ବିରୋଧରେ ମଙ୍ଗଳବାର ସେକ୍ଟର ୨୪ ପୋଲିସ ଥାନାରେ ଏକ ‘ଅବହେଳିତ’ ମାମଲା ରୁଜୁ କରାଯାଇଛି । ଏହି ଘଟଣା ଉପରେ ଏବେ ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି । ସେହିଭଳି ଆଉ ଏକ ଅଘଟଣ ମଧ୍ୟ ସେକ୍ଟର ୭୩ରେ ଦେଖିବାକୁ ମିଳିଛି । ଘଟଣାଟି ହେଲା ଜଣେ ୨୩ ବର୍ଷୀୟା ମହିଳା ଫ୍ୟାନରେ ଓଢଣୀ ଟାଙ୍ଗି ଆତ୍ମହତ୍ୟା କରିଥିବା ଖବର ମଧ୍ୟ ଆସିଛି । ଏହି ଘଟଣା ସେକ୍ଟର ୭୩ ସ୍ଥିତ ସର୍ଫାବାଦ ଗାଁରେ ଘଟିଥିବା ପୋଲିସ ମଙ୍ଗଳବାର ଅପରାହ୍ନରେ ସୂଚନା ପ୍ରଦାନ କରିଛି । ତେବେ ମୃତ ମହିଳାଙ୍କ ପରିବାର ଦେଇଥିବା ସୂଚନା ଅନୁସାରେ, ମୃତ ମହିଳାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉଥିବା କାରଣରୁ ସେ ଅନେକ ସମୟରେ ଚିନ୍ତିତ ରହୁଥିଲେ । ଯେଉଁଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking