30.1 C
Bhubaneswar
Friday, April 26, 2024
Homeଓଡିଶା’ଗୁଲାବ୍’ ପାଇଁ ପବନ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ : ଏସ୍‌ଆର୍‌ସି

’ଗୁଲାବ୍’ ପାଇଁ ପବନ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ : ଏସ୍‌ଆର୍‌ସି

ଭୁବନେଶ୍ୱର : ବାତ୍ୟା ଗୁଲାବ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ବାତ୍ୟା ପରେ ପବନଜନିତ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ । କୋରାପୁଟ, ଗଜପତି ଓ ମାଲକାନଗିରି ଲୋକେ ବାତ୍ୟା ସହ ଅଭ୍ୟସ୍ତ ନୁହନ୍ତି । ବାତ୍ୟାରେ ପୁରୁଣା ଗଛ ଓ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପାରେ । ତେବେ ଏହି ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ସହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସମସ୍ତ ପ୍ରତିକୂଳ ପରିସ୍ଥିତି ପାଇଁ ସଜାଗ ରହିଛନ୍ତି ଏନଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମବାହିନୀ । ରାଜ୍ୟରେ ୨୪ ଏନ୍‌ଡିଆର୍‌ଏଫ୍‌, ୪୨ ଓଡ୍ରାଫ, ୧୦୩ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ କରିବେ । କନ୍ଧମାଳ, ଗଜପତି ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ବାତ୍ୟା ଓ ପରବର୍ତ୍ତୀ ବର୍ଷା ପରେ ଋଷିକୁଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିବା ସମ୍ଭାବନା ରହିଛି । ବନ୍ୟା ଆଶଙ୍କାରେ ବଂଶଧାରା ନଦୀର ଗୋଟା ବ୍ୟାରେଜ୍ ଖୋଲା ରହିଛି ।

ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଆଜି ସନ୍ଧ୍ୟାରୁ କାଲି ସକାଳ ପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ପରାମର୍ଶ ଦିଆଯାଇଛି । ମାଟି ଘରେ ନ ରହି ରାତିକ ପାଇଁ ଯେ କୌଣସି କୋଠାଘରେ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି ଏସଆରସି । ସେହିପରି ନିର୍ଦ୍ଦିଷ୍ଟ ଭାବେ ଶ୍ରୀକାକୁଲମ୍ ଜିଲ୍ଲାରେ ଗୁଲାବ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା କହିଛନ୍ତି ଏସ୍‌ଆର୍‌ସି । ଆଜି ମଧ୍ୟ ରାତ୍ରିରେ ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳେ ପବନ ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ । ଗଜପତି, କୋରାପୁଟ, ମାଲକାନଗିରି ଦେଇ ଛତିଶଗଡ଼କୁ ଗତି କରିବ ବାତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking