26.1 C
Bhubaneswar
Wednesday, May 8, 2024
Homeଓଡିଶାବିବାହିତ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବିବାହିତ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ତଳ ସାହିରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଏକ ଆମ୍ବଗଛରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଏ ନେଇ ଡାବୁଗାଁ ଥାନାରେ ଏତଲା ପରେ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ଯୁବକଜଣକ ହାଟପଦା ତଳ ସାହିର ଅଶୋକ ମହାନ୍ତି( ୪୩) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଡାବୁଗାଁ ସଦର ହାଟପଦା ତଳ ସାହିରେ ରହୁଥିବା ଅଶୋକ ମହାନ୍ତିଙ୍କ ସ୍ତ୍ରୀ ରୁକ୍ମିଣୀ, ଗୋଟିଏ ଛୋଟ ପୁଅ ଓ ଦୁଇ ଝିଅ ଅଛନ୍ତି। ଗତକାଲି ବିଳମ୍ବିତ ରାତ୍ର ୧୨ଟା ସମୟରେ ଅଶୋକ ମହାନ୍ତି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ। ସ୍ତ୍ରୀ ପାଖରେ କେଉଁଠି ଥିବେ ବୋଲି ଭାବିଥିଲେ। ତେବେ ଆଜି ସକାଳ ସମୟରେ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଅଶୋକ ମହାନ୍ତିଙ୍କୁ ସାହି ଲୋକେ ଦେଖିଥିଲେ। ମାନସିକ ଭାରସାମ୍ୟ ହରାଇ ଏକ ଗାମୁଛାରେ ଅଶୋକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking