ମୁମ୍ବାଇ : ମୁମ୍ବାଇର ବାଇକୁଲା ମହିଳା କାରାଗାରରେ ୩୯ ଜଣ ବନ୍ଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ବ୍ରିହନମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ କୁହାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ସଂଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଇତିମଧ୍ୟରେ କାରାଗାରରେ ମୋଟ ୧୨୦ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ମାଉସ୍ଥିତ ଆର୍ମି ୱାର କଲେଜରେ ୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେମାନେ ସମସ୍ତେ ଲକ୍ଷଣବିହୀନ ବୋଲି ଜଣାଯାଇଛି। ମାଉ ମିଲିଟାରୀ ଷ୍ଟେସନର ପ୍ରଶାସନିକ କମାଣ୍ଡାଣ୍ଟ କଲୋନେଲ ଏକ କେ ମହାନ୍ତି କହିଛନ୍ତି ଯେ ସଂକ୍ରମଣ ଚିହ୍ନଟ ହେବାପରେ ପରିସରରେ ତାଲାବନ୍ଦ ଘୋଷଣା କରାଯାଇଛି। ଏଥିସହିତ ଅନ୍ୟମାନଙ୍କର ନମୁନା ପରୀକ୍ଷା କରାଯାଉଛି। ଉକ୍ତ କଲେଜରେ ସଂପ୍ରତି ୧୧୫ ଜଣ ସେନା ଅଫିସର ତାଲିମ ନେଉଛନ୍ତି। ସେମାନେ ସମସ୍ତେ କୋଭିଡ ଟିକା ନେଇସାରିଛନ୍ତି।