27.1 C
Bhubaneswar
Wednesday, May 8, 2024
Homeଓଡିଶାବାପାକୁ ମାଡ଼ ମାରି ଆତ୍ମହତ୍ୟା କଲା ପୁଅ

ବାପାକୁ ମାଡ଼ ମାରି ଆତ୍ମହତ୍ୟା କଲା ପୁଅ

ସମ୍ବଲପୁର : ବାପାକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଗଛରେ ଝୁଲି ଆତ୍ମହତ୍ୟା କରିଛି ପୁଅ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କେନାଢିପା- କାଦୋପଡାରେ । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାବାଜୀ ନାଏକଙ୍କ ପୁଅ ଦୁଷ୍ମନ୍ତ ନାଏକ (୩୦) ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲେ । ମଦନିଶାରେ ଚୂର୍ ଥିବା ପୁଅକୁ ତାଗିଦ୍ କରିବାରୁ ଉଭୟ ବାପ ପୁଅଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଦୁଷ୍ମନ୍ତ ଉତ୍‌କ୍ଷିପ୍ତ ହୋଇ ବାପାକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା ।

ପୁଅ ଆକ୍ରମଣରେ ବାପାର ଗୋଟିଏ ହାତ ଭାଙ୍ଗି ଯାଇଥିବାବେଳେ ନିଶାସକ୍ତ ଦୁଷ୍ମନ୍ତ ସେହି ରାତିରେ ହିଁ ଏକ ଗଛରେ ଚଢି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଆଜି ସକାଳେ ଖବର ପାଇ କୁଚିଣ୍ଡା ଆଇଆଇସି ଶୋଭାକର ସେଠ୍‌ଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଇଛି । ଘରୋଇ କଳିରୁ ନିଶାସକ୍ତ ପୁଅ ଏଭଳି କାଣ୍ଡ ଭିଆଇଥିବା ପୁଲିସ କହିଛି । ଏନେଇ କୁଚିଣ୍ଡା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking