31.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ : ଏସ୍‌ଆର୍‌ସି

ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ : ଏସ୍‌ଆର୍‌ସି

ଭୁବନେଶ୍ୱର: ବାତ୍ୟାର ‘ଅସାନୀ’କୁ ନେଇ ପାଣିପାଗ ବିଭାଗ ଯେତେ ସବୁ ଆକଳନ କରିଥିଲା, ତାହା ଶେଷ ମୁହୂର୍ତ୍ତରେ ବଦଳିଗଲା । ଦିଗ ବଦଳାଇ କିଛି ବାଟ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ । ତେବେ ‘ଅସାନୀ’କୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଛୁଇଁବ ବାତ୍ୟା । ‘ଅସାନୀ’ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହୋଇଛି ।

ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଅବପାତର ରୂପନେବ ଓ ଦୁର୍ବଳ ହୋଇଯିବ । ଓଡ଼ିଶାର କିଛି କ୍ଷତି ହେବ ନାହିଁ , ସେଭଳି କିଛି ଆଶଙ୍କା ନାହିଁ । ଓଡ଼ିଶାରେ ବର୍ଷା ଅଧିକ ହେବାର ଆଶଙ୍କା ସୃଷ୍ଟି ହେଉନାହିଁ । ସେହିପରି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଆଲର୍ଟରେ ରହିଛନ୍ତି ଯଦି ଆବଶ୍ୟକ ପଡେ ତେବେ ସେମାନଙ୍କ ପାଖରେ ସବୁ ସରଞ୍ଜାମ ରହିଛି । କୌଣସି ଅସୁବିଧା ହେବ ନାହିଁ । ସେହିପରି ଓଡ଼ିଶାର କୌଣସି ସ୍ଥାନ ଜଳମଗ୍ନ ହୋଇନାହିଁ ଓ ପ୍ରତିକୂଳ ପରିସ୍ଥିତି ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ବୋଲି ଏସଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking