28.1 C
Bhubaneswar
Saturday, May 11, 2024
Homeଓଡିଶାବାପାଙ୍କୁ ହତ୍ୟା କରି ପୁଅ ଗିରଫ

ବାପାଙ୍କୁ ହତ୍ୟା କରି ପୁଅ ଗିରଫ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବାପାକୁ ହତ୍ୟା କରି ପୁଅ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ବଞ୍ଜାରୀ ହରିଜନ ପଡାର ମାନିକ ଚନ୍ଦ୍ର ବେହେରା (୨୫) ବୋଲି ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବଞ୍ଜାରୀ ଗ୍ରାମ ହରିଜନ ପଡାର ଲକ୍ଷ୍ମଣ ଚନ୍ଦ୍ର ବେହେରା(୫୨) ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ଝଗଡା ହୋଇଥିଲା । ଏହି ସମୟରେ ପୁଅ ମାନିକ ଚନ୍ଦ୍ର ଆସି ବାପାଙ୍କୁ ଝଗଡା ନ କରିବା ପାଇଁ କହିଥିଲା । ହେଲେ  ଲକ୍ଷ୍ମଣ କିଛି ନଶୁଣି ଉଭୟ ମା’ପୁଅକୁ ଗାଳିଗୁଳଜ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ମାନିକ ପାଖରେ ଥିବା ଏକ କଟୁରୀରେ ତାଙ୍କ ବାପା ଲକ୍ଷ୍ମଣଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ଲକ୍ଷ୍ମଣଙ୍କ ବେକ, ପେଟ, କାନ୍ଧ ଓ ଡାହାଣ କୁହୁଣିରେ କଟୁରୀର ବାରମ୍ବାର ଆଘାତ ଲାଗିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଚିକିତ୍ସିତ ଅବସ୍ଥାରେ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଲକ୍ଷ୍ମଣଙ୍କ ଭାଇ ବିରେନ୍ଦ୍ର ବେହେରା ଆଜି ସକାଳେ ବଡମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମାଲା ରୁଜୁ କରି ମାନିକଙ୍କୁ ଗିରଫ ସହ ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking