28.1 C
Bhubaneswar
Saturday, April 27, 2024
Homeଅପରାଧବାପାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ପୁଅ

ବାପାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ପୁଅ

ସୁବର୍ଣ୍ଣପୁର : ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ତେବେ ଗତ କିଛିଦିନ ପୂର୍ବରୁ ନିଜ ବାପାକୁ ଜଣେ ପୁଅ ପଥରରେ ଛେଚି ହତ୍ୟା କରିଥିଲା । ପରେ ବାପାର ମୃତ୍ୟୁ ଦେଖି ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଏବେ ମଧ୍ୟ ସେହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅଞ୍ଚଳରେ  ।
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ବୈରାଗୀପାଲି ଗ୍ରାମରେ ଗତକାଲି ସନ୍ଧ୍ୟାରେ ପୁଅ ଜଗମୋହନ ଘୁଟା ଓ ବାପା ଗଣ୍ଡା ଘୁଟାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଲାଗିଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ପୁଅ ଜଗମୋହନ ଏକ ଧାରୁଆ ଅସ୍ତ୍ରରେ ବାପାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବାପା ଗଣ୍ଡା ଘୁଟାଙ୍କର ମୃତ୍ୟୁ ହୋଇଥିଲା । ଏହି ଅଘଟଣ ଘଟାଇବା ପରେ ଅଭିଯୁକ୍ତ ପୁଅ ଜଗମୋହନ ଘୁଟା ଫେରାର୍ ହୋଇଯାଇଥିବା ଜଣାପଡିଛି ।
ଖବର ପାଇ ବୀରମହାରାଜପୁର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଭା ଧନ ଓ ଏସଡିପିଓ ଧୀରଜ ଚୋପଦକ୍ଷର ସେଠାରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking