29.1 C
Bhubaneswar
Friday, April 26, 2024
Homeଅପରାଧଗଞ୍ଜେଇ ଖୁଆଇ ନାବାଳିକାଙ୍କୁ ଦୁଷ୍କର୍ମ

ଗଞ୍ଜେଇ ଖୁଆଇ ନାବାଳିକାଙ୍କୁ ଦୁଷ୍କର୍ମ

ଭୋପାଳ: ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ଏକ ଲଜ୍ଜା ଜନକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହୋଇଥିବା ଜଣାପଡିଛି । ସେଠାରେ କିଛି ଦୁର୍ବୃତ୍ତ ଜଣେ ନାବାଳିକାକୁ କିଛି ମାସ ଧରି ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରି ଆସୁଥିଲେ ।
ସୂଚନା ଅନୁସାରେ, ନାବାଳିକା ସୋନୁ (ଛଦ୍ମନାମ) ନିଶତପୁର ଅଞ୍ଚଳରେ ବସବାସ କରେ । ତେବେ କୌଣସି କାରଣରୁ ସେ ଘର ଛାଡି ଚାଲି ଯାଇ ହନୁମାନଗଞ୍ଜ ବସଷ୍ଟାଣ୍ଡରେ ପହଞ୍ଚିଥିଲା । ସେଠାରେ ତାର ଅଭୟ କୁମାର ନାମକ ଜଣେ ଅଟୋ ଚାଳକ ସହିତ ଭେଟ ହୋଇଥିଲା । ଅଭୟ ପ୍ରଥମେ ସୋନୁ (ଛଦ୍ମନାମ) ସହିତ ବନ୍ଧୁତା କରିଥିଲା । ଏହାପରେ ତାକୁ ଗଞ୍ଜେଇ ପିଆଇ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ଏପରି କିଛିମାସ ଦୁଷ୍କର୍ମ କରିବା ପରେ ଅଭୟ ସହିତ ଅନ୍ୟ ଅଟୋ ଚାଳକ ବି ସୋନୁକୁ ଦୁଷ୍କର୍ମ କରିଥିଲେ । ତେବେ କୌଣସି ପ୍ରକାରରେ ସୁଯୋଗ ପାଇ ଦୁଷ୍କର୍ମକାରୀଙ୍କ କବଳରୁ ଖସି ଆସିଥିଲା ସୋନୁ । ଖସି ଆସି ପହଞ୍ଚିଥିଲା ନିଜ ଘରେ । ଗଞ୍ଜେଇ ସେବନ ସମୟ ହେଲେ ତାର ସ୍ୱଭାବରେ ପରିବର୍ତ୍ତନ ଦେଖି ପରିବାର ଲୋକ ଜିଲ୍ଲା ଚାଇଲ୍ଡ ହେଲପଲାଇନ୍ ସହିତ ସମ୍ପର୍କ କରିଥିଲେ । ଚାଇଲ୍ଡ ହେଲପଲାଇନ୍ ସୋନୁକୁ ସାଥୀରେ ନେଇ ପଚରାଉଚରା ପରେ ଘଟଣା ସାମ୍ନାକୁ ଆସିଥିଲା । ପୀଡ଼ିତା ମୁଖ୍ୟ ଅଭିଯୁକ୍ତର ପରିଚୟ ଚାଇଲ୍ଡ ହେଲପଲାଇନକୁ ଜଣାଇଥିଲା । ଏହାପରେ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଅଭୟ ଓ ଅନ୍ୟ ଅଟୋ ଚାଳକଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ୩୭୬ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରିଛି । କିନ୍ତୁ ପୋଲିସ ଏଯାଏଁ କାହାରିକୁ ଗିରଫ କରି ନଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking