32.1 C
Bhubaneswar
Friday, April 26, 2024
Homeଓଡିଶାଭାଙ୍ଗିଲା ପରମ୍ପରା, ଛେରା ପହଁରା ପାଇଁ ଆସିଲେନି ଗଜପତି

ଭାଙ୍ଗିଲା ପରମ୍ପରା, ଛେରା ପହଁରା ପାଇଁ ଆସିଲେନି ଗଜପତି

ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜିର ଏହି ଦିନରେ ଶ୍ରୀଜିଉଙ୍କ ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଛି । କାରଣ ପ୍ରଭୁଙ୍କ ଛେରା ପହଁରା ନୀତି କରିବାକୁ ଆସିଲେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । ତାଙ୍କ ସ୍ଥାନରେ ପ୍ରତିନିଧି ମୁଦିରସ୍ତ ସେବା ତୁଲାଇଥିବା ସୂଚନା ମିଳିଛି । ଖାଲି ଗଜପତି ମହାରଜା ନୁହଁନ୍ତି ବରଂ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ବି ଆସିନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ମହାମାରୀ କରୋନା ପାଇଁ ଚଳିତ ଥର କାଳିଆ ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ବିନା ଭକ୍ତରେ ହେଉଥିବା ବେଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ଛିଡା କରି ଦେଇଛି କରୋନା । ଅନ୍ୟପଟେ କରୋନା କଟକଣା ଯୋଗୁ ଏଥର ବିନା ଭକ୍ତରେ ସୀମିତ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ତେବେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କ ଛେରା ପହଁରା ନୀତି ପାଇଁ ପୁରୀ ଗଜପତି ମହାରାଜଙ୍କର ଆସିବାର ବିଧି ରହିଥିବା ବେଳେ ଆଜି ଗଜପତି ମହାରାଜ ଆସି ନାହାନ୍ତି । ତେବେ ଗଜପତି ମହାରାଜଙ୍କ ଅନୁପସ୍ଥିତ ଥିବା ବେଳେ ତାଙ୍କ ଜାଗାରେ ପ୍ରତିନିଧି ମୁଦିରସ୍ତ ଏହି ସେବା ତୁଲାଇ ଥିଲେ । ମହାପ୍ରଭୁଙ୍କ ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ବେଶ ପରେ ଛେରାପହଁରା ନୀତି ସମ୍ପନ୍ନ ହୋଇଛି ।

ନୀତି ସଂପନ୍ନ କରିବା ପାଇଁ ନଆସିବାରୁ ପ୍ରତିକ୍ରିୟାରେ ଦିବ୍ୟସିଂହ ଦେବ କହିଛନ୍ତି ଯେ, ‘ସରକାରଙ୍କ କୋଭିଡ ଗାଇଡଲାଇନ ମାନି ମୁଁ ଶ୍ରୀନଅରରେ ରହିଥିଲି । ୨ଟି କାରଣ ପାଇଁ ମୁଁ ଆଜି ଶ୍ରୀନଅରରେ ରହିଥିଲି’ ବୋଲି ଗଜପତି କହିଛନ୍ତି । ପ୍ରଥମଟି ହେଲା ‘ଧର୍ମୀୟ କାର୍ଯ୍ୟ ଓ ଏକ ସମୟରେ ୭ରୁ ଅଧିକ ଏକତ୍ରକୁ ବାରଣ କରାଯାଇଛି । ଦ୍ୱିତୀୟରେ ୬୫ ବର୍ଷରୁ ଅଧିକ ବର୍ଷର ବୟସ୍କ ଘରୁ ବାହାରିବାକୁ ବାରଣ ରହିଛି । ଆଜିକୁ ମିଶାଇ ଦ୍ୱିତୀୟ ଥର ସ୍ନାନ ଯାତ୍ରା ସେବା ତୁଲାଇ ପାରିନି ବୋଲି ଗଜପତି କହିଛନ୍ତି । ୧୯୭୬ରେ ପ୍ରଥମ ଥର ପାଇଁ ସ୍ନାନଯାତ୍ରା ସେବା କରିପାରିନଥିଲି । ଏଲଏଲଏମ ପାଇଁ ଆମେରିକାରେ ଥିବାରୁ ସେବା କରିପାରିନଥିଲି’ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking