28.1 C
Bhubaneswar
Friday, March 29, 2024
Homeଓଡିଶାନିୟମ ମାନୁନାହାନ୍ତି ପ୍ରବାସୀ, ଗାଁ’ରେ ଉତ୍ତେଜନା

ନିୟମ ମାନୁନାହାନ୍ତି ପ୍ରବାସୀ, ଗାଁ’ରେ ଉତ୍ତେଜନା

ଟାଙ୍ଗୀ : ବାହାର ରାଜ୍ୟରେ ପ୍ରବାସୀ ଓଡ଼ିଆ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସର କାର ସ୍ୱତନ୍ତ୍ର ଶ୍ରମିକ ଟ୍ରେନଠାରୁ ଆରମ୍ଭ କରି ବସ୍ ଆଦିର ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ବହୁ ପ୍ରବାସୀ ଘରକୁ ଫେରିଛନ୍ତି । ଫେରିବା ପରେ ସେମାନଙ୍କୁ ଗାଁ ପାଖ କ୍ୱାରେଣ୍ଟାଇନ୍‌ରେ ରଖାଯିବା ପରେ ୭ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ପରାମର୍ଶ ଦିଆଯାଉଛି । ମାତ୍ର ଏହି ନିୟମକୁ ବହୁ ପ୍ରବାସୀ ମାନୁନଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ସଫା ପଞ୍ଚାୟତ ସୁଆଁରୀ ଗ୍ରାମରେ ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ପ୍ରଦୀପ୍ତ ବଳ ଓ ତାଙ୍କ ପତ୍ନୀ ଗତ ୨୫ ତାରିଖରେ ଦିଲ୍ଲୀରୁ ଶ୍ରମିକ ଟ୍ରେନରେ ଆସି ନିଗୁଣ୍ଡିରେ ଓହ୍ଲାଇଥିଲେ । ତାଙ୍କୁ ମଙ୍ଗୁରା ଧାନମଣ୍ଡଳ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ସେ ହୋମ୍ କ୍ୱାରେଣ୍ଟାଇନରେ ନରହି ଏଣେତେଣେ ବୁଲାବୁଲି କରିଥିଲେ ଫଳରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପକ୍ଷରେ ଦମ୍ପତି କହିଛନ୍ତି ଯେ ଗ୍ରାମବାସୀ ତାଙ୍କ ପ୍ରତି ଆକ୍ରୋଶମୂଳକ ମନୋଭାବ ରଖି ଏଭଳି ମିଛ କହୁଛନ୍ତି । ଏପରିକି ଏକଘରିକିଆ କରିଥିବା କହିଛନ୍ତି । ସେହିପରି ସରପଞ୍ଚଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯିବା ସହ ପଞ୍ଚାୟତ ତରଫରୁ ସମସ୍ତ ସହଯୋଗ କରାଯାଉଥିବାବେଳେ ସେ କାହାକୁ ନମାନି ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି । ଯଦି ସେ ସରକାରଙ୍କ ନିୟମ ନମାନନ୍ତି ତେବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking