31.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗତାତିରୁ ସାମାନ୍ୟ ଆଶ୍ୱସ୍ତି

ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ହେଲାଣି ଭୀଷଣ ତାତି । ଶୀତ ବି ଯାଇନି । ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଦିନରେ ହୁ ହୁ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଦେବାକୁ ବସିଲାଣି ।  ଦିନ ୧୧ଟା ପରେ ବହାରକୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ଏବେ ତାତିରୁ ହାଲୁକା ଆଶ୍ୱସ୍ତି ମିଳିଛି । ଅଧିକାଂଶ ସ୍ଥାନରେ ପାରଦ ସାମାନ୍ୟ କମିଛି। ବିଶେଷ କରି ଉତ୍ତପ୍ତ ପିଣ୍ଡ ପାଲଟିଯାଇଥିବା ଭୁବନେଶ୍ୱର ୪ ଦିନ ପରେ ୪୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଛି।  ଆସନ୍ତାକାଲି ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ି ୩୯ ଡିଗ୍ରୀ ଛୁଇଁପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ତାରିଖ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ କିମ୍ବା ଧୀରେଧୀରେ ବଢ଼ିବ। ୪ ତାରିଖରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ବଢ଼ିବ । ବର୍ତ୍ତମାନ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ଅସ୍ଥିର ରହିବ । ୬ରେ ସାରା ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି। ୭ ଓ ୮ ତାରିଖରେ ରାଜ୍ୟର ଅନେକ ଜାଗାରେ ତାପମାତ୍ରା ଅଧିକ ଥିବ। ବିଶେଷକରି କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପାରଦ ୪୧ କିମ୍ବା ୪୨ ଛୁଇଁପାରେ। ପାଣିପାଗ ବିଭାଗ କହିଛି, ଆସନ୍ତା ୩/୪ ଦିନ ତାପମାତ୍ରା ବିଶେଷ ବଦଳିବ ନାହିଁ । ତା’ପରବର୍ତ୍ତୀ ୪-୫ ଦିନ ତାପମାତ୍ରା ଅଧିକ ରହିବ।

ପାଣିପାଗ ବିଭାଗର ସୂଚନା ଅନୁସାରେ , ଆସନ୍ତା ୩/୪ ଦିନ ଏମିତି ରହିବ। ୬ରୁ ତାତି ଆହୁରି ବଢ଼ିବ। ଭୁବନେଶ୍ୱର ପାରଦ ୩୮.୬ ଡିଗ୍ରୀକୁ ଖସିଛି। ଏହାସହ କଟକ ତାପମାତ୍ରା ମଧ୍ୟ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟ ସହର ଭିତରେ ଅନୁଗୁଳ ୩୮.୭, ସୁନ୍ଦରଗଡ଼ ୩୮, ତାଳଚେର ୩୮.୧, ବଲାଙ୍ଗିର ୩୮, ଟିଟିଲାଗଡ଼ ୩୮, ମାଲକାନଗିରି ୩୮, ନୟାଗଡ଼ ୩୮ ଡିଗ୍ରୀ ସେଲସିୟସ୍‌ ରହିଛି। ୯ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା ଓ ବୌଦ୍ଧ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking