31.1 C
Bhubaneswar
Monday, May 27, 2024
Homeଓଡିଶାଉଡନ୍ତାପରୀରୁ ପୋଲିସ ଡିଏସପି

ଉଡନ୍ତାପରୀରୁ ପୋଲିସ ଡିଏସପି

ଭୁବନେଶ୍ୱର : ରେସରେ ୧ ମାସ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ହିମା ଦାସ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଆଥଲେଟ ହିମା ଦାସଙ୍କୁ ଆସାମ ପୋଲିସରେ ପୋଲିସ ଉପାଧ୍ୟକ୍ଷ ବା ଡିଏସପି ପଦରେ ନିଯୁକ୍ତ କରାଯାଇଛି ।

ଆସନ୍ତୁ ଜାଣିବା ଏକ ସାଧାରଣ କୃଷକ ପରିବାରରେ ଜନ୍ମ ହୋଇ୍‌ଥିବା ହିମା ଦାସଙ୍କ ସଂଘର୍ଷ କାହାଣୀ ବିଷୟରେ

ହିମାଦାସଙ୍କ ଜନ୍ମ ୯ ଜାନୂଆରୀ ୨୦୦୦ରେ ଆସାମରେ ହୋଇଥିଲା । ସେ ଜଣେ କୃଷକ ପରିବାରରେ ଜନ୍ମ ହୋଇଥିଲେ । ବାଲ୍ୟକାଳରୁ ହିମା ଦାସ ପୁଅ ମାନଙ୍କ ସହ କ୍ଷେତରେ ଫୁଟବଲ ଖେଳନ୍ତି । ନବୋଦୟ ବିଦ୍ୟାଳୟର ପିଟି ଶିକ୍ଷକ ଥରେ ତାଙ୍କୁ ଜଣେ ଧାବିକା ହେବା ପାଇଁ ଉପଦେଶ ଦେଇଥିଲେ ।

କିନ୍ତୁ ଟଙ୍କାର ଅଭାବ ଯୋଗୁଁ ହିମାଙ୍କ ପାଖରେ ଭଲ ଜୋତା ମଧ୍ୟ ନଥିଲା । ହିମା ଦାସଙ୍କୁ ତାଙ୍କ କୋଚ ନିକୁଞ୍ଜ ଦାସଙ୍କ କଥା ମାନି ଯେବେ ଜିଲ୍ଲା ସ୍ତରୀୟ ଖେଳରେ ୧୦୦ ମିଟର ଓ ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନିକୁଞ୍ଜ ଦାସ ଏହାପରେ ହିମାଙ୍କୁ ନେଇ ଗୌହାଟି ଆସିଥିଲେ । ଶସ୍ତା ଜୋତା ପିନ୍ଧିବା ସତ୍ତ୍ୱେ ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବାରୁ କୋଚ ନିକୁଞ୍ଜ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ କୋଚ ହିମାଙ୍କୁ ଜଣେ ଧାବିକା ବନାଇବା ପାଇଁ ମନରେ ନିଷ୍ପତି ନେଇଥିଲେ । ସେ ତାଙ୍କର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ ।

ପ୍ରଥମେ ତାଙ୍କୁ ୨୦୦ ମିଟର ଦୌଡ ପାଇଁ ପ୍ରସ୍ତୁତ କରାଇଥିଲେ । ଏହାପରେ ସେ ୪୦୦ ମିଟର ପାଇଁ ପ୍ରସ୍ତୁତ ହୋଇଥିଲେ ।
ଏହାପରେ ହିମା ୨୦୧୮ରେ ଫିନଲ୍ୟାଣ୍ଡରେ ହୋଇଥିବା ଅଣ୍ଡର ୨୦ ୱାଲ୍ଡ ଆଥଲେଟିକ ଚାମ୍ପିଆନସିପରେ ୪୦୦ ମିଟର ରେସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ । ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ହିମା ଦେଶର ପ୍ରଥମ ମହିଳା ଆଥଲେଟିକ ବନିଥିଲେ । ସେ ୫୧.୪୬ ସେକେଣ୍ଡରେ ଏହି ରେସକୁ ପୁରା କରିଥିଲେ । ତାଙ୍କର ଏହି କୃତୀତ୍ୱ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୮ରେ ହିମା ଦାସଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରିଥିଲେ ।

ସେ ଦେଶରେ ଥିବା ଟପ ଆଥଲେଟ ମାନଙ୍କ ମଧ୍ୟରୁ ଅନ୍ୟତମ । ଏବେ ହିମା ଅଲମ୍ପିକ ପାଇଁ କ୍ୱାଲିଫାଇ କରିବାକୁ ପ୍ରସ୍ତୁତ କର ହେଉଛନ୍ତି ।
ହିମା ଦାସ କହିଛନ୍ତି , ଯେ ସେ ସ୍କୁଲ ସମୟରୁ ହିଁ ସେ ଜଣେ ପୋଲିସ ଅଧିକାରୀ ହେବା ପାଇଁ ଚାହୁୁଁଥିଲେ ।ଓ ତାଙ୍କ ମା’ଙ୍କର ମଧ୍ୟ ଏହି ସ୍ୱପ୍ନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking