27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବଂଶ ବୁଡ଼ାଇଦେଲା ମଦ

ବଂଶ ବୁଡ଼ାଇଦେଲା ମଦ

ସୀତାପୁର: ୟୁପିର ସୀତାପୁରରେ ଘଟିଥିବା ଏହି ଗଣହତ୍ୟା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଗଣହତ୍ୟା କୌଣସି ଦୁର୍ବୃତ୍ତଙ୍କ ଦ୍ୱାରା ନୁହେଁ ବରଂ ଜଣେ ନିଶାସେବୀ ଙ୍କ ଦ୍ୱାରା କରାଯାଇଥିଲା । ଯୁବକ ଜଣକ ନିଜ ମାଆ, ସ୍ତ୍ରୀ ଓ ୩ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଆଖପାଖ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ କିପରି କେହି ତାଙ୍କ ପୂରା ପରିବାରକୁ ହତ୍ୟା କରିପାରିବେ ।

ପଡ଼ୋଶୀମାନେ କହନ୍ତି ଯେ ସେହି ସମୟରେ ପ୍ରବଳ ଶବ୍ଦ ହେଉଥିଲା, କିନ୍ତୁ ଏତେ ବଡ଼ ଅଘଟଣ ଘଟିବ ବୋଲି କେହି ଭାବି ନଥିଲେ । ଯେଉଁଥିରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ବାସ୍ତବରେ ୪୫ ବର୍ଷୀୟ ଅନୁରାଗ ସିଂହଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି । ପରିବାରକୁ ଉଚ୍ଛେଦ କରିବା ପରେ ଅନୁରାଗ ମଧ୍ୟ ଜୀବନ ହାରିଥିଲେ । ଅଭିଯୁକ୍ତ ପ୍ରଥମେ ନିଜ ମା’ଙ୍କୁ ଗୁଳି ମାରିବା ପରେ ପତ୍ନୀଙ୍କୁ ହାତୁଡ଼ିରେ ମାଡ଼ ମାରିବା ସହ ତାଙ୍କ ୩ ନିରୀହ ପିଲାଙ୍କୁ ଛାତଉପରୁ ତଳକୁ ଫିଙ୍ଗି ଦେଇଥିଲା ।

ଏହାପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ହତ୍ୟା କରିଥିଲେ । ସୀତାପୁର ଏସପି ଚକ୍ରେଶ ମିଶ୍ର ଏହି ମାମଲାର ତଦନ୍ତ ଉପରେ ନଜର ରଖିଛନ୍ତି । ପାଲହାପୁରର ବୀରେନ୍ଦ୍ର ସିଂହଙ୍କ ପୁଅ ଅନୁରାଗ ସିଂ ଏହି ହତ୍ୟାକାଣ୍ଡ ଘଟାଇଛି । ମୃତକମାନେ ହେଲେ ଅନୁରାଗର ମାଆ ସାବିତ୍ରୀ ଦେବୀ, ପତ୍ନୀ ପ୍ରିୟଙ୍କା ସିଂହ, ଝିଅ ଅଶ୍ୱିନୀ, ଅର୍ନା ଓ ପୁଅ ଅନୁରାଗ । ଏମାନଙ୍କୁ ହତ୍ୟା କରିବା ପରେ ସେ ନିଜେ ମଧ୍ୟ ଜୀବନ ହାରିଛି । ସକାଳେ ଏହି ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏବେ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking