29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବହି ହଜାଇ ଦେବାରୁ ପୁଅର ଗଳାକାଟି ମାରିଦେଲା ଜନ୍ମକଲା ମା’

ବହି ହଜାଇ ଦେବାରୁ ପୁଅର ଗଳାକାଟି ମାରିଦେଲା ଜନ୍ମକଲା ମା’

ନୂଆଦିଲ୍ଲୀ: ଗୁରୁଗ୍ରାମରୁ ଏକ ହୃଦୟ ବିଦାରକ ଖବର ଆସିଛି, ଯେଉଁଠାରେ ଜଣେ ମା’ ସାମାନ୍ୟ କଥାକୁ ନେଇ ନିଜ ୮ ବର୍ଷର ନିରୀହ ଶିଶୁକୁ ଗଳାକାଟି ହତ୍ୟା କରିଛି । ମା’ ଓ ପୁଅଙ୍କ ସମ୍ପର୍କ ସବୁଠାରୁ ନିଆରା । ମା’ଙ୍କୁ ଭଗବାନର ମାନ୍ୟତା ମିଳିଛି । ମା’ଙ୍କ ସ୍ନେହର ମହିମା ଅସୀମ । କୁହାଯାଏ ଯେ ଜଣେ ମା’ ନିଜ ସନ୍ତାନ ପାଇଁ ଯମରାଜଙ୍କ ସହ ମଧ୍ୟ ଲଢ଼ିପାରନ୍ତି । ଶିଶୁର ଦୀର୍ଘାୟୁ ଓ କଲ୍ୟାଣ ପାଇଁ ସେ ଅନେକ ବ୍ରତ ରଖନ୍ତି । ମା’ର ଋଣ କେହି କେବେ ପରିଶୋଧ କରିପାରିବେ ନାହିଁ । ଏସବୁ ଭିତରେ ଯେତେବେଳେ ଜଣେ ମା’ ନିଜ ଜନ୍ମକଲା ପୁଅକୁ ହତ୍ୟା କରେ, ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗେ । କ୍ରୋଧରେ ମା’ କେବେ ଏପରି କରିପାରିବ ବୋଲି କେହି ଭାବି ନଥିବେ ।

ଏହି ଶିଶୁ ସହିତ ଯାହା ଘଟିଲା ତାହା ଅନ୍ୟ କାହା ସହିତ ହେବା ଉଚିତ୍ ନୁହେଁ । ଏହି ଖବର ଲେଖିବା ସମୟରେ ମନ ଅଶାନ୍ତ ହୋଇଯାଏ । ଯଦି ଏହି ନିରୀହ ଶିଶୁଟି ବଞ୍ଚି ଯାଇଥାନ୍ତା, ତେବେ ସେ ବୋଧହୁଏ କହିଥାନ୍ତେ- ‘ମା’ ଲୋ ବହି ହଜେଇ ଦେଲି ଆଉ ଡ୍ରେସ୍ ହଜାଇ ଦେଲି ବୋଲି ମତେ ମାରି ଦେଉଥିଲ, ତମେ କଣ ଛୋଟବେଳେ କରିନ…” । ଏହି ଛୋଟ କଥା ପାଇଁ ୮ ବର୍ଷର ପୁଅକୁ ଗଳା କାଟି ହତ୍ୟା କରିଛି ମାଆ । ଖବର ପାଇ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ଶିଶୁଟି ଅସନା ଡ୍ରେସ୍ ପିନ୍ଧି ସ୍କୁଲରୁ ଫେରିବା ପରେ କ୍ରୋଧରେ ମା’ ଏହି ଅପରାଧ କରିଥିବା ତଦନ୍ତରୁ ଜଣାପଡ଼ିଛି । ପୁନମଙ୍କୁ ମଙ୍ଗଳବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking