27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶହାଇଦ୍ରାବାଦରେ ପ୍ରବଳ ବର୍ଷା ପବନ; ଉପୁଡିଲା ବଡ଼ ବଡ଼ ଗଛ, ୧୩ ମୃତ

ହାଇଦ୍ରାବାଦରେ ପ୍ରବଳ ବର୍ଷା ପବନ; ଉପୁଡିଲା ବଡ଼ ବଡ଼ ଗଛ, ୧୩ ମୃତ

ହାଇଦ୍ରାବାଦ: ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିବା ବେଳେ ଏହା ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି । ତେଲେଙ୍ଗାନାରେ ରବିବାର ବାତ୍ୟା ପ୍ରଭାବରେ ହଠାତ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ଖରା ହୋଇଥିବା ବେଳେ ଅପରାହ୍ନରେ ହଠାତ ପାଗରେ ପରିବର୍ତ୍ତନ ଆସିଥିଲା । ପବନର ବେଗ ବଢିବା ପରେ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିବା ମଧ୍ୟ ଜଣାପଡ଼ିଛି । ବନସ୍ଥଲିପୁରମ ଗଣେଶ ମନ୍ଦିର ନିକଟ କାନାଡା ବ୍ୟାଙ୍କ ଓ ସେଠାରେ ଥିବା ଏକ କାର ଉପରେ ଗଛ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି ।

ପ୍ରବଳ ବର୍ଷା ପବନରେ ପ୍ରଭାବିତ ହୋଇଥିବା ଅନ୍ୟ ସ୍ଥାନ ଗୁଡ଼ିକ ହେଉଛି ହାୟଥନଗର, ବନସ୍ଥଲିପୁରମ, ଏଲ.ବି ନଗର, ମାଲକାଜଗିରି, ମେଡଚାଲ, ସମିରପେଟ, କିସାରା, ଘଟକେଶର, କୁକଟପଲ୍ଲୀ, ମିୟାପୁର, ସେରିଲିଙ୍ଗମପଲ୍ଲୀ, ଆଇଟି କରିଡ଼ର । ହଠାତ ଅପରାହ୍ନ ପରେ ପାଗରେ ପରିବର୍ତ୍ତନ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ନାଗରକୁର୍ଣ୍ଣୁଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ଜଣଙ୍କର ମୃତ୍ୟୁ ଘଟିଛି । ଘର ଭାଙ୍ଗିବା ଯୋଗୁଁ ବାପ ଝିଅଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଜ୍ରପାତ ଯୋଗୁଁ ୨ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସେହିପରି ହାଇଦ୍ରାବାଦରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଦକରେ ୨ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ଅନେକ ଜିଲ୍ଲାରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଥିବା ସୂଚନା ମିଳିଛି । ଫଳରେ ଅନେକ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଥିଲା । ନଗରକୁର୍ଣ୍ଣୁଲରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking