17.1 C
Bhubaneswar
Friday, January 17, 2025
Homeଖେଳଗମ୍ଭୀରଙ୍କ କୋଚିଂ ଟିମ୍‌ରେ ନାୟର, ଡେସ୍‌କୋଟେ

ଗମ୍ଭୀରଙ୍କ କୋଚିଂ ଟିମ୍‌ରେ ନାୟର, ଡେସ୍‌କୋଟେ

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମ୍‌ରେ ଫିଲି୍ଡଂ କୋଚ୍ ଥିବା ଟି ଦିଲ୍ଲୀପଙ୍କୁ ପୁଣିଥରେ ଟିମ୍ ଇଣ୍ଡିଆର ଅଫିସିଆଲ୍ ଟିମ୍‌ରେ ସ୍ଥାନ ମିଳିଛି । ନୂଆ କୋଚ୍ ଗୌତମ ଗମ୍ଭୀର ଟି ଦିଲ୍ଲୀପଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁନଥିବାରୁ ସେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଅର୍ଥାତ୍ ସେ ଗମ୍ଭୀରଙ୍କ କୋଚିଂ ଟିମ୍‌ରେ ମଧ୍ୟ ସପୋର୍ଟ ଷ୍ଟାଫ୍ଟ ଭାବେ ଟିମ ଇଣ୍ଡିଆ ସହ ରହିବେ । ତେବେ ଗମ୍ଭୀରଙ୍କ ମନୋନୀତ ଅନ୍ୟ ଦୁଇ ସପୋର୍ଟ ଷ୍ଟାଫ୍ ଭାବେ ଭାରତୀୟ କ୍ରିକେଟ ଟିମ୍‌ର ସହାୟକ ବା ସହଯୋଗୀ କୋଚ୍ ଭାବେ ବିସିସିଆଇ ଅଭିଷେକ ନାୟର ଓ ନେଦରଲ୍ୟାଣ୍ଡ୍‌ର ପୂର୍ବତନ ଖେଳାଳି ରୟାନ ଟେନ୍ ଡେସକାଟେ ମଧ୍ୟ ଭାରତୀୟ ଟିମ୍ ସହ ରହିବେ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ୨ଜଣଙ୍କୁ ନିଯୁକ୍ତ କରିବାକୁ ଯାଉଥିବା ଜଣାପଡ଼ିଛି । ସେହିପରି ଟି ଦିଲ୍ଲୀପଙ୍କ ସହ ବାର୍ଷିକ ଚୁକ୍ତି ମଧ୍ୟ ବିସିସିଆଇ ପକ୍ଷରୁ ଖୁବଶୀଘ୍ର ଚୂଡାନ୍ତ କରାଯିବ ବୋଲି କୁହାଯାଉଛି । ଅବଶ୍ୟ ଏଯାଏ ଏନେଇ କୌଣସି ବିଧିବଦ୍ଧ ବିବୃତି ପ୍ରକାଶ ପାଇନାହିଁ ।
ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରୁ ହିଁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରୁ ହିଁ ଏହି ୩ଜଣ ଗମ୍ଭୀରଙ୍କୁ ସହାୟତା ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ସହ ଶ୍ରୀଲଙ୍କା ଗସ୍ତ କରିବେ । ପ୍ରକାଶ, ଗମ୍ଭୀର ଆଇପିଏଲ ଟିମ୍ କେକେଆରର ମେଣ୍ଟୋର ଥିବା ବେଳେ ଅଭିଷେକ୍ ନାୟର ଉକ୍ତ ଟିମର ସହାୟକ କୋଚ୍ ଓ ଡେସକାଟେ ଫିଲ୍ଡିଂ କୋଚ୍ ରହିଥିଲେ । ତେଣୁ ଉଭୟଙ୍କୁ ଗମ୍ଭୀରଙ୍କ ପରାମର୍ଶରେ ହିଁ ଟିମ ଇଣ୍ଡିଆର କୋଚିଂ ଟିମରେ ସାମିଲ କରାଯାଉଥିବା ଜଣାପଡ଼ିଛି । ତେବେ ଏସବୁ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି । କିନ୍ତୁ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମୋର୍ଣ୍ଣି ମୋର୍କେଲ ଏହି ଦୌଡ଼ରେ ଆଗରେ ଥିବା କୁହାଯାଉଛି । ମୋର୍କେଲ ମଧ୍ୟ ଗମ୍ଭୀରଙ୍କ ସହ କୋଲକାତା ନାଇଟ ରାଇଡର୍ସ ପାଇଁ କାମ କରି ସାରିଛନ୍ତି । ୨୦୧୪ରୁ ୨୦୧୬ ଯାଏ ମୋର୍କେଲ କେକେଆର ପାଇଁ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଖେଳିଥିଲେ । ଦଳ ୨୦୧୪ରେ ଟ୍ରଫି ମଧ୍ୟ ଜିତିଥିଲା । ଏବେ ବିସିସିଆଇ ତାଙ୍କ ସହ ବୋଲିଂ କୋଚ୍ ପଦ ପାଇଁ କଥା ହେଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking