36.1 C
Bhubaneswar
Monday, June 17, 2024
Homeଦେଶ ବିଦେଶକେରଳରେ ପ୍ରବଳ ବର୍ଷା ; ୧୧ ମୃତ

କେରଳରେ ପ୍ରବଳ ବର୍ଷା ; ୧୧ ମୃତ

କେରଳ : କେରଳରେ ହେଉଛି ପ୍ରବଳ ବର୍ଷା। ଯାହାଫଳରେ ୧୧ ଜଣଙ୍କର ମୃତ୍ୟ ହୋଇଛି । ବର୍ଷା ପ୍ରଭାବ କମିନଥିବା ବେଳେ ପୁଣି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଇଏମଡି ଥିରୁଅନନ୍ତପୁରମ୍, କୋଲାମ, ଆଲାପୁଜା, ଏର୍ନାକୁଲମ୍, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି। ଏହି ସବୁ ଜିଲ୍ଲାରେ ଆହୁରି ୬ ସେମିରୁ ୧୧ ସେମି ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ରାଜସ୍ୱ ମନ୍ତ୍ରୀ କେ ରାଜନଙ୍କ କହିବାନୁସାରେ, ମେ’ ୯ରୁ ମେ ୨୩ ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷା କାରଣରୁ କେରଳରେ ଅତି କମରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଶନିବାର ପରେ ରାଜ୍ୟରେ ବୃଷ୍ଟିପାତ ସାମାନ୍ୟ ହ୍ରାସ ପାଇବ ବୋଲି ମନ୍ତ୍ରୀ କେ ରାଜନ କହିଛନ୍ତି। ସେ ଆହୁରି କହିଛନ୍ତି, ପାଣି ମାଡ଼ି ଯାଇଥିବା ଅଞ୍ଚଳ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳକୁ ନଯିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ଛୁଟି ସମୟ ଚାଲିଥିବାରୁ ପିଲାମନଙ୍କୁ ମଧ୍ୟ ପାଣିକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking