35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶବିନା କାରଣରେ ପିଡିପି ପୋଲିଂ ଏଜେଣ୍ଟ,କର୍ମୀ ଅଟକ: ଧାରଣାରେ ମେହବୁବା ମୁଫ୍‌ତି

ବିନା କାରଣରେ ପିଡିପି ପୋଲିଂ ଏଜେଣ୍ଟ,କର୍ମୀ ଅଟକ: ଧାରଣାରେ ମେହବୁବା ମୁଫ୍‌ତି

ଶ୍ରୀନଗର : ଆଜି ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ମତଦାନ ଜରି ରହିଛି। ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ। ଦେଶର ଷଷ୍ଠ ପର୍ଯ୍ୟାୟରେ ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଲୋକସଭା ଆସନରେ ମତଦାନ ଚାଲିଛି। ସକାଳେ ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ପିଡିପି ମୁଖ୍ୟ ତଥା ପ୍ରାର୍ଥୀ ମେହବୁବା ମୁଫତି ଦଳର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ବିନା କାରଣରେ ପିଡିପି ପୋଲିଂ ଏଜେଣ୍ଟ ଏବଂ କର୍ମୀଙ୍କୁ ଅଟକ ରଖିଛି। ଷଷ୍ଠ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ଗୋଟିଏ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଅନନ୍ତନାଗର ରଣବୀରପୋରାରେ ମତଦାନ ଚାଲିଛି। ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେ.କେ.ଏନ୍.ସି) ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ମିଆଁ ଅଲତାଫ ଅହମ୍ମଦଙ୍କୁ ପ୍ରାର୍ଥୀ କରିଛି। ପିଡିପି ଏହି ଆସନରୁ ମେହବୁବା ମୁଫତିଙ୍କୁ ପ୍ରାର୍ଥୀ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking