27.1 C
Bhubaneswar
Saturday, July 27, 2024
Homeଓଡିଶାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି: ବିଜେଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି: ବିଜେଡି

 ରାଜ୍ୟର ଆର୍ଥିକ ସଙ୍କଟ ଓ କ୍ଷୁଧା ମୃତ୍ୟୁ ଇତିହାସ ପାଲଟିଛି
 ବିପର୍ଯୟ ମୁକାବିଲା କ୍ଷେତ୍ରରେ ଓଡିଶା ସାରା ବିଶ୍ୱରେ ରୋଲ ମଡେଲ
 ମୁଣ୍ଡା ପିଛା ଋଣ ଭାର କ୍ଷେତ୍ରରେ ଓଡିଶା ଦେଶରେ ସର୍ବନିମ୍ନ
 ପୁଞ୍ଜି ନିବେଶ କ୍ଷେତ୍ରରେ ଓଡିଶା ଭାରତର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ
ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହାର ଜାତୀୟ ମୁଖପାତ୍ର ଡ଼ଃ ସଂତୃପ୍ତ ମିଶ୍ର ବିରୋଧୀ ଦଳମାନଙ୍କ ଦ୍ୱାରା ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଥିବାରୁ ଏହାର ଜବାବ ରଖିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ଡ଼ଃ ମିଶ୍ର କହିଥିଲେ, ଗତ କିଛି ଦିନ ହେଲା ବିରୋଧୀ ଓଡ଼ିଆ ଅସ୍ମିତା କଥା କହି ଚାଲିଛନ୍ତି, ହେଲେ ସେମାନେ ଅସ୍ମିତାର ମାନେ ଠିକ ଭାବେ ବୁଝି ନାହାନ୍ତି । କୌଣସି ଦେଶ ବା ରାଜ୍ୟର ଅସ୍ମିତା ମାନେ ରାଜ୍ୟ ଓ ଦେଶ ଉପରେ ମୁଁ ଗର୍ବିତ ନା ନୁହେଁ, ରାଜ୍ୟର ପ୍ରଦର୍ଶନ ଭଲ ନା ନୁହେଁ । ଗତ ୨୪ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଦେଶ ବିଦେଶରେ ଓଡ଼ିଶାର ନାଁ ଆସିଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ଶାସନ ଭାର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାକୁ ନେଇ ଅନେକ ଅପଯଶ ରହିଥିଲା । ଓଡିଶାକୁ ଏକ ବିମାରୁ ରାଜ୍ୟ ବା ରୋଗିଣା ରାଜ୍ୟ ଭାବେ ଚିତ୍ରିତ କରାଯାଉଥିଲା । ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ସ୍ଥିତିରେ ଥିଲା । ବିପର୍ଯ୍ୟୟ ବା ଦୁର୍ବିପାକ ଓଡ଼ିଶାର ସ୍ଥିତିକୁ ଦୋହଲାଇ ଦେଉଥିଲା ଓ ଏହାକୁ ମୁକାବିଲା କରିବା ପାଇଁ ଓଡ଼ିଶାର ସାମର୍ଥ୍ୟ ନଥିଲା । ତାଛଡ଼ା ଓଡିଶା ଏକ ଖାଦ୍ୟ ଅଭାବୀ ରାଜ୍ୟ ଭାବେ ପରିଗଣିତ ହେଉଥିଲା ବେଳେ ସମସ୍ତ ସୂଚକାଙ୍କ ଭିତରେ ରାଜ୍ୟର ସ୍ଥିତି ସବୁଠାରୁ ନିମ୍ନରେ ଥିଲା ।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ, ବର୍ତ୍ତମାନ ଶିକ୍ଷା, ସ୍ୱାସ୍ଥ୍ୟରେ ଅନେକ ଉନ୍ନତି ହୋଇଛି । ଓଡିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ଓଡିଶା ଏବେ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହେବା ସଙ୍ଗେ ଆମେ ଦ୍ୱିତୀୟ ଶକ୍ତି ବଳକା ରାଜ୍ୟ ହୋଇପାରିଛୁ । କ୍ରୀଡା କ୍ଷେତ୍ରରେ ଓଡିଶା ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ପାଇଛି ଓ ରାଜ୍ୟରେ ଦୁଇ ଦୁଇ ଥର ବିଶ୍ୱକପ ହକି ହୋଇଛି । ବିଶ୍ୱ ସ୍ତରୀୟ ସ୍ପୋର୍ଟ୍ସ ସେଌକ୍ଷଗ୍ଧ;ର ସମେତ ଅନେକ ବିଶ୍ୱ ସ୍ତରୀୟ କ୍ରୀଡା ଭିତ୍ତିଭୂମି ତିଆରି ହୋଇଛି । ଭୁବନେଶ୍ୱର ପୂର୍ବ ଭାରତର ଆଇଟି କ୍ୟାପିଟାଲ ଭାବେ ପରିଚୟ ସୃଷ୍ଟି କରିଛି । କୋଭିଡ ସମୟରେ ୧୭ଟି ରାଜ୍ୟକୁ ମାଗଣା ଅକ୍ସିଜେନ ପଠାଇ ମାନବିକତାର ଉଦାହରଣ ସୃଷ୍ଟି କରିଛି । ନବୀନ ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନା ଯଥା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଡ୍ରିଙ୍କ ଫ୍ରମ ଟ୍ୟାପ, ଜାଗା ମିଶନ, ୫ଟି ରୂପାନ୍ତର ସ୍କୁଲ, ଦକ୍ଷତା ବିକାଶ, ଆଦିବାସୀ ସଂସ୍କୃତିର ସଂରକ୍ଷଣ, ମିଶନ ଶକ୍ତିରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ଇତ୍ୟାଦି ଓଡିଶାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ।
ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜଜ ସହ ଐତିହ୍ୟ ସଂରକ୍ଷଣରେ ଧାର୍ମିକ ସ୍ଥଳର ବିକାଶ ହୋଇପାରିଛି । ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ୮.୭% ଥିଲା ବେଳେ ଓଡ଼ିଶାର ଅଭିବୃଦ୍ଧି ୧୧.୫% ଥିଲା ତାହା ଏବେ ଏବେ ୧୨%ରେ ପହଁଚିଛି । ମୁଣ୍ଡପିଛା ଋଣ କ୍ଷେତ୍ରରେ ଓଡିଶା ଦେଶରେ ସର୍ବନିମ୍ନ ରହିଛି । ମହାରାଷ୍ଟ୍ର ପରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାର ଦ୍ୱିତୀୟ ସ୍ଥାନରେ ରହିଛି । ବିରୋଧୀ ନିର୍ବାଚନ ପାଇଁ ପ୍ରସଙ୍ଗ ବିହୀନ ହୋଇ ପଡିଛନ୍ତି ଓ ଇଆଡୁ ସିଆଡୁ ଅନେକ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଶଂସନୀୟ କାମ କରୁଛନ୍ତି, ଓଡିଶା ଦେଶ ବିଦେଶରୁ ପ୍ରଶଂସା ସାଉଁଟିଛି ଓ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking