30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସ୍ୱଳ୍ପ ସମୟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ଅଜୟ କୁମାର ମୂଖାର୍ଜୀ

ସ୍ୱଳ୍ପ ସମୟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ଅଜୟ କୁମାର ମୂଖାର୍ଜୀ

ନୂଆଦିଲ୍ଲୀ: ଅଜୟ କୁମାର ମୂଖାର୍ଜୀ(୧୫ ଏପ୍ରିଲ ୧୯୦୧-୨୭ ମେ ୧୯୮୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଯିଏ ପଶ୍ଚିମବଙ୍ଗର ୪ର୍ଥ ତଥା ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ସ୍ୱଳ୍ପସମୟ ପାଇଁ କାର୍ଯ୍ୟ କରିଥିଲେ । ବେଙ୍ଗଲର ପୂର୍ବ ମେଦିନିପୁର ଜିଲ୍ଲା ତାମଲୁକରୁ ଥିଲେ ଅଜୟ । ୧୯୦୧ ତାମଲୁକ, ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ ଅଜୟ କୁମାର ମୂଖାର୍ଜୀ । ତମ୍ରଲିପ୍ତା ଜାତୀୟ ସରକାରରେ ସେ ଜଣେ ଅନ୍ୟତମ ନେତା ଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ଏହାପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ, ପରେ ସେ ବଙ୍ଗଳା କଂଗ୍ରେସର ଜଣେ ନେତା ହୋଇଥିଲେ, ଯାହା ୧୯୬୦ ଏବଂ ୧୯୭୦ ଦଶକରେ ଦୁଇଟି ୟୁନାଇଟେଡ ଫ୍ରଣ୍ଟ ସରକାରରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ସହିତ ମିଳିତ ଭାବରେ ପରିଚାଳିତ ହୋଇଥିଲା । ମାର୍ଚ୍ଚରୁ ନଭେମ୍ବର ୧୯୬୭ ଏବଂ ପୁନର୍ବାର ଫେବୃୟାରୀ ୧୯୬୯ରୁ ମାର୍ଚ୍ଚ ୧୯୭୦ ପର୍ଯ୍ୟନ୍ତ ସେ ଏହି ଉଭୟ ସରକାରରେ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ ।

୧୯୬୭ ମସିହାରେ ଅଜୟ ମୂଖାର୍ଜୀ ଆରାମବାଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଫୁଲ୍ଲ ଚନ୍ଦ୍ର ସେନଙ୍କୁ ପରାସ୍ତ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୬୮ ମସିହାରେ ଅରାମବାଗ ଏବଂ ଘଟାଲ ସବଡିଭିଜନରେ ଅନେକ ବନ୍ୟା ପ୍ରଭାବିତ ଅଂଚଳ ଦେଖିବା ପାଇଁ ଅଜୟ, ନାରାୟଣ ଘୋଷଙ୍କ ସହ ଯାଇଥିଲେ । ଅଜୟ ମୂଖାର୍ଜୀଙ୍କ ସହିତ ତାଙ୍କର ଅତି ନିକଟତର ସହକର୍ମୀ ପ୍ରଣବ ମୂଖାର୍ଜୀଙ୍କ ସହିତ ସୁଶୀଲ ଧରଙ୍କୁ ଛାଡି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।

କେନ୍ଦ୍ରରେ ମନ୍ତ୍ରୀ ପଦ ଇନ୍ଦିରା ଗାନ୍ଧୀ ପ୍ରଦାନ କରିବେ ବୋଲି କହିଥିଲେ । ମାତ୍ର ନିଜର ବୟସ ଏବଂ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ପ୍ରଣବ ମୂଖାର୍ଜୀଙ୍କ ନାଁ ସୁପାରିଶ କରିଥିଲେ । ପରେ ପ୍ରଣବ ମୂଖାର୍ଜୀ ଭାରତୀୟ କ୍ୟାବିନେଟରେ ରାଜ୍ୟ ମନ୍ତ୍ରୀ ହୋଇଥିଲେ । ପରେ ୧୯୭୭ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ଭାଇ ବିଶ୍ୱନାଥ ମୂଖାର୍ଜୀ କମ୍ୟୁନିଷ୍ଟ ସାଂସଦ ଗୀତା ମୂଖାର୍ଜୀଙ୍କ ସ୍ୱାମୀ ଥିଲେ । ୨୭ ମେ ୧୯୮୬ରେ ଅଜୟ ମୂଖାର୍ଜୀ ଦେହତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking