33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଖୁବଶୀଘ୍ର ହେବ ନୂଆ ସରକାର ଗଠନ, ଫଡନାବିସ ହେବେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ହେବ ନୂଆ ସରକାର ଗଠନ, ଫଡନାବିସ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଶିବସେନାରେ ବିବାଦ ମଧ୍ୟରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ଏକ ସପ୍ତାହ ଧରି ଚାଲି ଆସୁଥିବା ରାଜନୈତିକ ସଙ୍କଟ ପ୍ରାୟ ଶେଷ ହୋଇ ଆସୁଛି । ତେବେ ସବୁଠୁ ବଡ ଖବର ଏହା ହେଉଛି କି, ଶିବସେନାର ବାଲା ସାହେବ ଦଳ ବିଜେପି ସହାୟତାରେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ, ଆସନ୍ତାକାଲି ମହାରାଷ୍ଟ୍ରରେ ନୂତନ ସରକାର ଶପଥ ଗ୍ରହଣ କରି ପାରନ୍ତି । ମହାରାଷ୍ଟ୍ରରେ ନୂଆ ମନ୍ତ୍ରିମଣ୍ଡଳର ରୂପରେଖା ଶେଷ ହୋଇଗଲାଣି । ଆସନ୍ତାକାଲି ଉଭୟ ବିଜେପି ଏବଂ ସିନ୍ଦେ ଦଳର ତିନି ଜଣ ମନ୍ତ୍ରୀ ଶପଥ ନେବେ । ରାଜ୍ୟରେ ରାଜନୈତିକ ସଙ୍କଟ ଦୂର କରିବା ପାଇଁ ପ୍ରସ୍ତୁତ ହୋଇଥିବା ସୂତ୍ର ଅନୁଯାୟୀ ବିଜେପିର ଦେବେନ୍ଦ୍ର ଫଡନାବିସ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଥିବା ବେଳେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ । ଶିବସେନାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେ ଅପରାହ୍ନରେ ରାଜ୍ୟପାଳ ଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking