32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଦିଲ୍ଲୀର ଏହି  ପରିବାରର ପ୍ରତ୍ୟେକ ସଦସ୍ୟ ଡାକ୍ତର, ୧୦୨ ବର୍ଷ ହେଲା ଚାଲିଛି ପରମ୍ପରା

ଦିଲ୍ଲୀର ଏହି  ପରିବାରର ପ୍ରତ୍ୟେକ ସଦସ୍ୟ ଡାକ୍ତର, ୧୦୨ ବର୍ଷ ହେଲା ଚାଲିଛି ପରମ୍ପରା

ନୂଆଦିଲ୍ଲୀ : ଡାକ୍ତର ଙ୍କୁ ଅନେକ ଲୋକ ଭଗବାନ ଙ୍କ ଦ୍ୱିତୀୟ ଅବତାର ବୋଲି ମାନିଥାନ୍ତି । ଡାକ୍ତର ଅନେକ ରୋଗୀଙ୍କୁ ଭଲ କରି ନୂଆ ଜୀବନ ଦେଇଥାନ୍ତି ।କରୋନା ମହାମାରୀ ଆସିବା ପରେ ଡାକ୍ତର ମାନେ ଦିନ ରାତି କାମ କରି ଲୋକଙ୍କୁ ସେବା ଯୋଗାଇଥିଲେ ।୧ ଜୁଲାଇକୁ ଡକ୍ଟର ଡେ ଭାବରେ ପାଳନ କରାଯାଇଥାଏ । ଏହି ପେଶା ପାଇଁ ଅନେକ ପରିଶ୍ରମ ଏବଂ ସମର୍ପଣ ଆବଶ୍ୟକ । ତେବେ ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ପରିବାର ବିଷୟରେ, ଯେଉଁପରିବାର ର ପ୍ରତ୍ୟେକ ସଦସ୍ୟ ଡାକ୍ତର ଅଟନ୍ତି ।ଗତ ୧୦୦ ବର୍ଷ ଧରି ଡାକ୍ତର ବନି ଲୋକଙ୍କୁ ସେବା ଯୋଗାଉଛନ୍ତି । ତେବେ ସେହି ପରିବାର ହେଉଛନ୍ତି ଦିଲ୍ଲୀର ସବରବାଲ ପରିବାର । ୧୯୨୦ ଠାରୁ ଆଜି ଯାଏଁ ଏହି ପରିବାର ୧୫୦ ଜଣ ଡାକ୍ତର ହୋଇଛନ୍ତି । ପରିବାର ର ସଦସ୍ୟ ମାନେ ଏହି ପେଶାକୁ ମିଶନ ଭାବରେ ଦେଖନ୍ତି ।
ତେବେ ପରିବାର ର ଜଣେ ସଦସ୍ୟ କହିଛନ୍ତି କି , ଦିବଙ୍ଗତ ପିତା ଲାଲ ଜୀବନ ମଲ ପ୍ରଥମେ ଡାକ୍ତର ଥିଲେ ।ସେ ପାକିସ୍ତାନର ଜଲାଲପୁର ସହରରେ ପ୍ରଥମେ ହସ୍ପିଟାଲ ର ଆରମ୍ଭ କରିଥିଲେ । ସେ ମହାତ୍ମା ଗାନ୍ଧୀ ଙ୍କ ଠାରୁ ପ୍ରେରିତ ହୋଇଥିଲେ । ମହାତ୍ମା ଗାନ୍ଧୀ କହିଥିଲେ କି, ଦେଶର ଭବିଷ୍ୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଉପରେ ନିର୍ଭର କରେ । ଗାନ୍ଧି ଙ୍କର କଥାକୁ ଶୁଣି ଲାଲା ଜୀବନ ମଲ ନିଜର ଚାରି ପୁଅଙ୍କୁ ଡାକ୍ତର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସ୍ୱାଧୀନତା ପରେ ସପରିବାର ଦିଲ୍ଲୀ କୁ ଆସିଗଲେ । ଏହା ପରଠୁ ଡାକ୍ତର ପରମ୍ପରା ଚାଲିଆସିଛି ।
ଏହି ପରମ୍ପରା ୧୦୨ ବର୍ଷ ଧରି ଚାଲିଆସିଛି । କିନ୍ତୁ ତାହା ଏତେ ସହଜ ନୁହେଁ । ପରିବାରର ଜଣେ ପୁଅ ମ୍ୟାନେଜମେଣ୍ଟ ଡିଗ୍ରୀ ପଢିବା ପାଇଁ ଚାହିଁଥିଲେ । କିନ୍ତୁ ଜେଜେ ମାଙ୍କ ଭାବପ୍ରବଣତା ଏବଂ ପାରିବାରିକ ପରିବେଶ ହେତୁ ସେ ଏହି ବୃତ୍ତି ଛାଡି ଡାକ୍ତରୀ ବୃତ୍ତି ଗ୍ରହଣ କରିଥିଲେ । ସେ ଆଜି ଜଣେ ସଫଳ ସର୍ଜନ । ଡ. ଗ୍ଲୋସି କହିଛନ୍ତି , ସେମାନେ ଦିଲ୍ଲୀର ଜିଭାନମାଲ ହସ୍ପିଟାଲ ଚଳାନ୍ତି । ଏଠାରେ ରୋଗୀ ମାନଙ୍କ ପାଖରେ ଟଙ୍କା ନ ଥିଲେ ମଧ୍ୟ ସେମାନେ ଚିକିତ୍ସିତ ହୁଅନ୍ତି ।ଏଠାରୁ କେହି ଫେରନ୍ତି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପରିବାର ର ଦୁଇଜଣ ଡାକ୍ତର ଗତ ଗର୍ଷ କରୋନା ରେ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ଡ. ବିନୟ କହିଛନ୍ତି କି, ଆଗାୀ ପିଢି ଙ୍କୁ ଏହି ବୃତ୍ତି ପାଇଁ ମନାଇବା କଷ୍ଟକର । ଏହି ବୃତ୍ତି ବହୁତ ପରିଶ୍ରମ ବେଂ ବଳିଦାନ ଆବଶ୍ୟକ କରେ । ପରିବାର ର ବୋହୂ ମାନେ ମଧ୍ୟ ଡାକ୍ତର ହୋଇ ଡାକ୍ତରଖାନାରେ ଯୋଗ ଦେବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking