24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶ‘ପୁଟିନ ଯଦି ମହିଳା ହୋଇଥାନ୍ତେ’..ବ୍ରିଟିଶ ପିଏମ ରୁଷ ରାଷ୍ଟ୍ରପତିଙ୍କୁ ନେଇ କହିଲେ ଏପରି କଥା

‘ପୁଟିନ ଯଦି ମହିଳା ହୋଇଥାନ୍ତେ’..ବ୍ରିଟିଶ ପିଏମ ରୁଷ ରାଷ୍ଟ୍ରପତିଙ୍କୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ : ବ୍ରିଟେନ ର ପ୍ରଧାନମନ୍ତ୍ରୀ ବୋରିଶ ଜନସନ ରୁଷ ରାଷ୍ଟ୍ରପତି ଙ୍କୁ ନେଇ ଏପରି କଥା କହିଛନ୍ତି । ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜଣେ ମହିଳା ହୋଇଥାନ୍ତେ ତେବେ ଯୁଦ୍ଧର ଆରମ୍ଭ ମଧ୍ୟ ହୋଇ ନ ଥାନ୍ତା । ଜି-୭ ଶିଖର ସମ୍ମିଳନୀ ରେ ସମାପନ ରେ ସ୍ଥାନୀୟ ମିଡିଆକୁ ସାକ୍ଷାତକାର ଦେଇ ବୋରିଶ ଜନସନ କହିଛନ୍ତି କି, ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ମୁଖ୍ୟ କାରଣ ହେଉଛି କି ପୁଟିନ ନିଜର ତାକତ ଦେଖାଇବାକୁ ଚାହୁଁଛନ୍ତି । ବିଶ୍ୱରେ ଶାନ୍ତି ରକ୍ଷା କରିବାକୁ ହେଲେ ମହିଳା ମାନଙ୍କୁ ସତ୍ତାରେ ଆଣିବାକୁ ସେ ଅପିଲ କରିଛନ୍ତି । ବୋରିଶ ଜନସନ କହିଛନ୍ତି କି , ଯଦି ପୁଟିନ ଜଣେ ମହିଳା ହୋଇଥାନ୍ତେ ତେବେ ଏପରି ହିଂସା ବା ଆକ୍ରମଣ ହୋଇ ନ ଥାନ୍ତା । ବୋରିଶ ଜନସନଙ୍କର ଏହି ବୟାନ ପରେ ଆମେରିକା ଗତ ମଙ୍ଗଳବାର ୟୁକ୍ରେନ ଯୁଦ୍ଧରେ ରୁଷ ର ସମର୍ଥକ ଥିବା ଚୀନ ଏବଂ ପାକିସ୍ତାନ ର ୩୬ ଟି କମ୍ପାନୀକୁ ବ୍ଲକ କରିଛି । ସେପଟେ ପ୍ରାୟ ୩ ସପ୍ତାହ ପରେ ପୁଣି ୟୁକ୍ରେନ ରାଜଧାନୀ କିଭ୍ ଉପରେ ଋଷର ଜୋରଦାର ଷ୍ଟ୍ରାଇକ । ଜର୍ମାନୀରେ ଗ୍ରୁପ-୭ ବୈଠକ ଚାଲିଥିବା ବେଳେ କିଭ୍ ଉପରେ ଆକ୍ରମଣ କରିଛି ଋଷ । ପୂର୍ବ ୟୁକ୍ରେନର ସେଭେରୋ ଡୋନେସ୍କକୁ ଅକ୍ତିଆର କରିବା ପରେ କିଭ୍ ଉପରେ ଆକ୍ରମଣ ହୋଇଛି । ସେପଟେ ପୋଲାଣ୍ଡ ସୀମା ଅନ୍ତର୍ଗତ କେତେକ ସାମରିକ କେନ୍ଦ୍ର ଉପରେ ବି ଆକ୍ରମଣ ହୋଇଛି । ଆକ୍ରମଣ ଯୋଗୁ କେତେକ ବୃହତ ଅସ୍ତ୍ର ଗୋଦାମ ଧ୍ୱଂସ ପାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking