26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶବିପଦ ପଡିଲେ ଶଁବାଳୁଆ ପାଲଟି ଯାଏ ସାପ

ବିପଦ ପଡିଲେ ଶଁବାଳୁଆ ପାଲଟି ଯାଏ ସାପ

ଭୁବନେଶ୍ୱର : ପ୍ରକୃତି କିଛି ଜୀବଙ୍କୁ ଆକ୍ରାମକ , ଆଉ କିଛି ଜୀବଙ୍କୁ ସରଳ କରିଛି ।କିନ୍ତୁ ଯେଉଁମାନେ ଆକ୍ରମକ ନୁହଁନ୍ତି , ଆକ୍ରମଣରୁ ରକ୍ଷା ପାଇବା ଲାଗି ସେମାନଙ୍କୁ ଦକ୍ଷତା ବି ଦେଇଛି । ଅନେକ ଜୀବ ଶିକାରୀ ଠାରୁ ରକ୍ଷା ପାଇବା ପାଇଁ ନିଜକୁ ପରିବେଶ ସହ ମିଶାଇ ଦିଅନ୍ତି । ଆଉ କିଛି ଜୀବ ଭୟହ୍‌କର ଜନ୍ତୁଙ୍କର ନକଲ ମଧ୍ୟ କରନ୍ତି । ହେମରୋପ୍ଲନଓ ଟ୍ରିପ୍ଟୋଲେମସ ମଥୟ କିନ୍ତୁ ବିପଦ ସମୟରେ ସାପରେ ରୂପାନ୍ତରିତ ହୋଇଯାଏ । ଏହା ଏକ ଶଁବାଳୁଆ । ସାପକୁ ଦେଖିଲେ କେହି ପାଖକୁ ଯାଆନ୍ତି ନାହିଁ । ତେଣୁ ନିଜକୁ ବଞ୍ଚାଇବା ପାଇଁ ଏହା ସାପ ପାଲଟି ଯାଏ । କିନ୍ତୁ ପାଖରୁ ଦେଖିଲେ ଏହା ଜାଣିହେବ ଯେ ଏହି ସାପ ବହୁତ ଛୋଟ । ହେମରୋପ୍ଲେନଓ ‘ସ୍ପିଙ୍ଗଡେ’ ସମୂହର । ଦକ୍ଷିଣ ଆମେରିକା, ଆଫ୍ରିକା ଓ ମଧ୍ୟ ଆମେରିକାର ଅନେକ ସ୍ଥାନରେ ଏହା ଦେଖାଯାଏ । ଜାଣି ଆଶ୍ଚ ର୍ଯ୍ୟ ହେବେ ଯେ . ସାପ ମୁହଁ ବିଶିଷ୍ଟ ଅଂଶ ଏହି ଶଁବାଳୁଆର ମୁହଁ ୁନହେଁ । ଏହା ତାର ପଛ ଭାଗ । ଅନ୍ୟ ପାଶ୍ୱର୍ରେ ତାର ମୁହଁ ଅଛି । ଏହି ଶଁବାଳୁଆ କେବଳ ସାପ ଭଳି ଦିଶେ ତାହା ନୁହେଁ, ସାପ ଭଳି ବ୍ୟବହାର ମଧ୍ୟ ପ୍ରଦର୍ଶନ କରେ । ଯଦି କେହି ତା ପାଖକୁ ଯାଆନ୍ତି ନାହିଁ , ତେବେ ଏହା ନିଜର ପଛ ଭାଗକୁ ସମ୍ମୁଖକୁ ବାହାର କରିଦିଏ ।ପଛପଟର ନିମ୍ନ ଅଂଶକୁ ଉପରକୁ କରିବା ଦ୍ୱାରା ତାହା ସାପର ମୁହଁ ଭଳି ଦିଶେ । ଯେତେବେଳେ ଏହା ଆରାମ କରେ , ଡରାଉଥିବା ଅଂଶ ତଳେ ଲୁଚି ରହେ ।ବିପଦ ଆସିବା ମାତ୍ରେ ଏହାର ପଛ ଭାଗ ଫୁଲି ହୀରା ଆକାରର ମୁଣ୍ଡ ପାଲଟି ଯାଏ । ଯେତେବେଳେ ସମ୍ପର୍ଣ୍ଣ ଫୁଲି ଯାଏ ସାପର ଆଖି ବଳି ଆକୃତିର ଦିଶେ । ଅନେକ ଜନ୍ତୁଙ୍କ ଶରୀରରେ ଅଖି ଭଳି ଚିହ୍ନ ଥାଏ ।ଶଁବାଳୁଆ ଏହି ଚିହ୍ନର ବେଶ ଲାଉ ଉଠାଇଥାଏ । ଶିକାରୀଙ୍କୁ ଡରାଇବା ଲାଗି ଶଁବାଳୁଆ ବେଳେ ବେଳେ ଶରୀରକୁ ସାପ ଭଳି ମଧ୍ୟ ଦୋହଲାଇଥାଏ । ସାପର ନକଲ କରୁଥିବା ଏହି ଜୀବ ଆଦୈା ହାନିକାରକ ନୁହେଁ । ଏଥିରେ ଆଦୈା ବିଷ ନାହିଁ । ଏହା ଆକ୍ରାମକ ଦିଶେ, କିନ୍ତୁ ବାସ୍ତବରେ ସେପରି ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking