30.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ଉଡିବ ବିମାନ

ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ଉଡିବ ବିମାନ

ଭୁବନେଶ୍ୱର : ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଗତକାଲି ଦୁବାଇରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଇ ମୁଖାମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ୫-ଟି ସଚିବ ଭିକେ ପାଣ୍ଡିଆନ କହିଲେ ଦୁବାଇରୁ ସିଧାସଳକ ବିମାନ ସେବା ପାଇଁ ୧୦୦ କୋଟି ଆବଶ୍ୟକ ପଡୁଛି । ଏହା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ତେଣୁ ଖୁବଶୀଘ୍ର ଏହି ବିମାନ ସେବା ଆରମ୍ଭ ହେବ ।
ଏହି ସମ୍ମିଳନୀ ରେ ୟୁଏଇ, ବାହାରିନ, ଏମାନ ଓ ପାଖ ଦେଶର ୫୦୦ ପ୍ରବାସୀ ଓଡିଆ ଯୋଗ ଦେଇଥିଲେ । ଆରବ ଦେଶରେ ରହୁଥିବା ଓଡିଆମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ବାହାରିନ ଓଡିଆ ସମାଜ , ଆବୁଧାବି ଓଡିଆ ସମାଜ, ଓମାନ ଓଡିଆ ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking