29.1 C
Bhubaneswar
Saturday, April 27, 2024
Homeଓଡିଶାଘରୋଇ ଲ୍ୟାବ୍‌ରେ ଲିଙ୍ଗ ନିରୂପଣ ମାମଲା : ରାଞ୍ଚି ଯାଏଁ ଲମ୍ବିଛି ଲିଙ୍କ୍

ଘରୋଇ ଲ୍ୟାବ୍‌ରେ ଲିଙ୍ଗ ନିରୂପଣ ମାମଲା : ରାଞ୍ଚି ଯାଏଁ ଲମ୍ବିଛି ଲିଙ୍କ୍

କଟକ : କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାର ଲିଙ୍କ୍ । ଏହି ମାମଲାରେ ଆଜି ମଙ୍ଗଳାବାଗ ଥାନା ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ରାଞ୍ଚିରୁ ଅଲଟ୍ରା ସାଉଣ୍ଡ ମେସିନ୍ ଏହି ବ୍ୟକ୍ତି ଜଣକ ଆଣିଥିବା ପୋଲିସ୍ ହାତରେ ଖବର ଲାଗିଥିଲା । ଏହି ସବୁ ମେସିନ୍ ବିନା କାଗଜପତ୍ରରେ ରାଜ୍ୟ ବାହରୁ ଆସୁଥିଲା । କଟକର ଏକ ଘରୋଇ ଲ୍ୟାବ୍‌ରେ ଲିଙ୍କ ନିରୂପଣ ହେଉଥିବା ଅଭିଯୋଗ ହୋଇଥିଲା । ଏଯାଏଁ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ଗତ ଦୁଇ ଦିନ ପୂର୍ବରୁ ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତି ଦୁଇଜଣ ହୃଷିକେଶ ସାହୁ ଓ ସନ୍ତୋଷ ଲେଙ୍କା ହୋଇଥିବା ଜଣାପଡିଥିଲା । ହୃଷିକେଶ ସାହୁ ଔଷଧ ଦୋକାନୀ ହୋଇଥିବାବେଳେ ସନ୍ତୋଷ ଲେଙ୍କା ପ୍ରାଇମ ଡାଇଗ୍ନୋଷ୍ଟିକ ନାମକ ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ ବୋଲି ସୂଚନା ମିଳିଥିଲା । ସୂଚନା ଅନୁସାରେ, ବେଆଇନ ଲିଙ୍ଗ ନିରୂପଣ ପାଇଁ ଲ୍ୟାବ୍‌କୁ ରୋଗୀ ଯୋଗାଇ ଦେଲେ ଉଭୟଙ୍କୁ ଜଣଙ୍କ ପିଛା ଦେଢ଼ ହଜାର ଟଙ୍କା ମିଳୁଥିଲା । ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମାମଲାରେରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking