26.1 C
Bhubaneswar
Friday, March 29, 2024
Homeକରୋନାବଢ଼ିଲା କରୋନା, ଫେରିଲା ଲକ୍‌ଡାଉନ୍‌

ବଢ଼ିଲା କରୋନା, ଫେରିଲା ଲକ୍‌ଡାଉନ୍‌

କେରଳ : ପୁଣି ଫେରିଲା ଲକ୍‌ଡାଉନ୍‌ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବାର ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବା ଲାଗି ଆସନ୍ତା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡଡାଉନ୍‌ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ଘୋଷଣା କରିଛନ୍ତି । ତେବେ ନିତାନ୍ତ ଜରୁରୀ ସାମଗ୍ରୀ କିଣିବା ଲାଗି ଲକଡାଉନ ନିୟମରେ କୋହଳ ରହିଛି ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟ ସ୍ଥଳ, ମଲ, ସମୁଦ୍ରକୂଳ ଆଦି ସ୍ଥାନରେ ଭିଡ ନକରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ସରକାରୀ ସମେତ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅନପକ୍ଷେ ଆଜି ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଚତୁର୍ଥ ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଶନିବାର ଅର୍ଥାତ୍ ଗତକାଲି ତୁଳନାରେ ଚାରି ହଜାର କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ୨୪ ଘଣ୍ଟା ମଧ୍ୟରେ ୩.୩୭ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking