28.1 C
Bhubaneswar
Saturday, April 27, 2024
Homeଓଡିଶାଗଞ୍ଜାମରେ ଆରମ୍ଭ ହେଲା ସେରୋ ସର୍ଭେ, ୮ଟି ଗାଁ ଓ ବିଏମ୍‌ସିର ୨ଟି ୱାର୍ଡରେ ୪...

ଗଞ୍ଜାମରେ ଆରମ୍ଭ ହେଲା ସେରୋ ସର୍ଭେ, ୮ଟି ଗାଁ ଓ ବିଏମ୍‌ସିର ୨ଟି ୱାର୍ଡରେ ୪ ଶହ ଜଣଙ୍କ ନମୁନା ସଂଗ୍ରହ

ଗଞ୍ଜାମ : ଗଞ୍ଜାମରେ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୪ଶହ ଜଣଙ୍କ ନମୁନା ସଂଗ୍ରହ ହୋଇଛି । ଆର୍‌ଏମ୍‌ଆରସି ଟିମ ନମୁନା ସଂଗ୍ରହ କରିଛନ୍ତି।  ବିଏମ୍‌ସିର ୨ଟି ୱାର୍ଡ ସହ ଜିଲ୍ଲାର ୮ଟି ଗାଁରେ ଏହି ସର୍ଭେ କରାଯାଇଥିବା ବେଳେ ଆର୍‌ଏମ୍‌ଆର୍‌ସିର ୮ଜଣିଆ ଟିମ୍‌ ବ୍ରହ୍ମପୁରରେ ପହଞ୍ଚି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ । ଏହି ସର୍ଭେରେ ଶିଶୁଙ୍କୁ ମଧ୍ୟ ସାମିଲ କରାଯାଇଛି।
ଆଗକୁ କରୋନା ତୃତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମସ୍ତ ଜିଲ୍ଲାରେ ସେରୋ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଆଗୁଆ ସତର୍କ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସେରୋ ସର୍ଭେ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

୪ର୍ଥ ପର୍ଯ୍ୟାୟ ସେରୋ ସର୍ଭେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୩ଟି ଜିଲ୍ଲା ଯଥା-ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ସେରୋ ସର୍ଭେ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍‌ର ଗୋଠଗାଁ, ଦିଗପହଣ୍ଡିର ଦକ୍ଷିଣପୁର, ଖଲ୍ଲିକୋଟର ତାଳପଡ଼ା, ପୁରୁଷୋତ୍ତମପୁରର ଜଳେଶ୍ୱରଖଣ୍ଡି, ଭଞ୍ଜନଗର ବ୍ଲକ୍‌ ଲାଲସିଙ୍ଗି, ବେଲଗୁଣ୍ଠାର ଜି.ନୂଆଗାଁ, ସୋରଡ଼ା ଏନ୍‌ଏସି, ପୋଲସରାର ଖଣ୍ଡୁରୁ, ବ୍ରହ୍ମପୁର ମହାନଗର ନିଗମର ୧ ଓ ୩୮ ନମ୍ବର ୱାର୍ଡରେ ସେରୋ ସର୍ଭେ କରାଯାଇଛି । ପ୍ରତ୍ୟେକ ଅଞ୍ଚଳରୁ ପ୍ରାୟ ୪୦ଜଣଙ୍କ ନମୁନା ସଂଗ୍ରହ ହୋଇଛି । ଆର୍‌ଏମ୍‌ଆର୍‌ସି ସର୍ଭେ କରିବା ପରେ ଆଣ୍ଟିବଡି ସୃଷ୍ଟି ହୋଇଛି କି ନାହିଁ ଜଣାପଡ଼ିବ । ଯଦିଓ ଆଣ୍ଟିବଡି ସୃଷ୍ଟି ହୋଇଛି କେତେ ପ୍ରତିଶତ ରହିଛି ତାହା ସ୍ପଷ୍ଟ ହେବ । ଆଣ୍ଟିବଡି କେତେ ପ୍ରତିଶତଙ୍କ କ୍ଷେତ୍ରରେ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking