28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ ରାସ୍ତାରେ ମାଛ ଧରିଲେ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ,ଅଭିନବ...

ରାଜ ରାସ୍ତାରେ ମାଛ ଧରିଲେ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ,ଅଭିନବ ଉପାୟରେ ପ୍ରଶାସନକୁ ଜଣାଇଲେ ପ୍ରତିବାଦ 

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ଅମ୍ବାଗୁଡା ଗ୍ରାମ୍ୟରାସ୍ତା ରାଜରାସ୍ତା ସହ ସଂଯଗ କରୁଥିବା ଅମ୍ବାଗୁଡା ମୁଖ୍ୟ ଛକ ଠାରେ ଆଜି ବିଜେପି କାର୍ଯ୍ୟକର୍ତାଙ୍କ ସହ ଶ୍ରୀ ଗୌତମ ସାମନ୍ତରାୟ ମିଶି ରାଜରାସ୍ତାରେ ମାଛ ଧରୁଥିବା ଦେଖିବାକୁ କିଲିଛି l ସୂଚନା ମୁତାବକ ଅମ୍ବାଗୁଡା ଗ୍ରାମୀଣ ରାସ୍ତା ଓ ଛକଠାରେ କମ ପରିମାଣରେ ବର୍ଷା ହେଲେ ଆଣ୍ଟୁୟେ ପାଣି ଦେଖିବାକୁ ମିଳୁଛି l ଯାହାଫଳରେ ବିଭିନ୍ନ ପଂଚାୟତର ଲୋକେ ଯିବାଆସିବା ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି l ଏ ନେଇ ବାରମ୍ବାର ପ୍ରଶାସନଙ୍କୁ ଜଣେଇଲେ ମଧ୍ୟ କିଛି କାମରେ ଆସୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ l ଏନେଇ ଆଜି ବିଜେପି ତରଫରୁ ପ୍ରମୁଖ ଜିଲ୍ଲା ପ୍ରଶାସନ ,ଜାତୀୟ ରାଜପଥ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିବା ସହ ତୁରନ୍ତ ସମନ୍ୱୟ ରଖି ଜାତୀୟ ରାଜପଥରୁ ଆମ୍ବାଗୁଡା ମୁଖ୍ୟ ପ୍ରବେଶପଥ ଛକଠାରେ କଲଭର୍ଟ ଓ ନାଳ ନିର୍ମାଣ ପାଇଁ ,ଗ୍ରାମ୍ୟ ରାସ୍ତାର ତୁରନ୍ତ ନବକଳେବର ସହ କଲଭର୍ଟ ନାଳ ବ୍ୟବସ୍ଥା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିବା,ସହ ତୀବ୍ର ପ୍ରତିବାଦାତ୍ମକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking